ବରପାଲି-ବରପାଲି ବ୍ଲକ ସ୍କୁଲ ସ୍ତରୀୟ ଦୌଡ଼ କୁଦ ଚୟନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ୪୦ଗୋଟି ବିଦ୍ୟାଳୟ ରୁ ପ୍ରାୟ ୪୦୦ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ l ସମାଜ ସେବୀ ସାଗରଲାଲ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଲେଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ, ବି ଏନ ନ୍ୟୁଜ ର ଅଭୟ ପଟ୍ଟନାୟକ, ସତ କହେଲେଁ ଛାତି ଫାଟସୀ ର ସମ୍ପାଦକ ମହେଶ ପଣ୍ଡା ଉଦବୋଧନ ଦେଇଥିଲେ ଏବଂ ବ୍ଲକ ସମ୍ପାଦକ ମନୋଜ କୁମାର ସାହୁ ମଂଚାସୀନ ଥିଲେ l

ବି.ଇ.ଓ ମୁକୁନ୍ଦ ମହରା ସଭାପତିତ୍ବ କରିଥିଲେ ଏବଂ ମଞ୍ଚ ସଂଚାଳନ କରିଥିଲେ ଭଟିଗାଁ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ କୌସ୍ତୁବ ସାହୁ ଏବଂ ତାଙ୍କୁ ସହଯୋଗ କରିଥିଲେ ଜୀବର୍ଧନ ଭୋଇ l ଧନ୍ୟବାଦ ଅର୍ପଣ କରିଥିଲେ ସରୋଜ କୁମାର ଦାସ, ବିଭିନ୍ନ ବିଦ୍ୟାଳୟ ର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନା କରିଥିଲେ l ଦ୍ଵିତୀୟ ଅଧିବେଶନ ରେ ସରକାରୀ ଗଙ୍ଗାଧର ଏନ ଏ ସି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଓ ଲେଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରୁ ହେମନ୍ତ ରଣା ଓ ଉଷା ରାଣୀ ଭୋଇ ଚାମ୍ପିଆନ ହୋଇଥିବା ବେଳେ ୧୪ରୁ କମ ବିଭାଗରେ ଶିବ ମେହେର ଓ ସ୍ନେହା ତାଣ୍ଡି ଚମ୍ପିଆନ ହୋଇଥିଲେ l



