Saturday, March 7, 2026
Homeରାଜ୍ୟବ୍ଲକ ସନାତନୀ ବ୍ରାହ୍ମଣସମାଜ ସାଧାରଣ ବୈଠକ ।

ବ୍ଲକ ସନାତନୀ ବ୍ରାହ୍ମଣସମାଜ ସାଧାରଣ ବୈଠକ ।

ବରପାଲି-ବରପାଲି ବ୍ଲକ ସନାତନି ବ୍ରାହ୍ମଣ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥମନ୍ଦିର ପରିସରରେ ଆୟୋଜିତ ବୈଠକ ପଣ୍ଡିତ ହେମନ୍ତ ମିଶ୍ରଙ୍କ ଦ୍ବାରା ସାମୂହିକ ଗାୟତ୍ରୀ ମନ୍ତ୍ର ପଠନ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ବୈଠକରେ ଗତବର୍ଷର ବିବରଣୀ ସହସଂପାଦକ ଦାମୋଦର ପଣ୍ଡା ଉପସ୍ଥାପନ କରିଥିଲେ।ସମାଜର ନୂତନ ବର୍ଷର କାର୍ଯ୍ଯକାରୀ କମିଟି ଗଠନ ହୋଇଥିଲା।ସଭାପତି ଭାବରେ କୃଷ୍ଣଚନ୍ଦ୍ର ଦେବତା ଓକାର୍ଯ୍ୟକାରୀ ସଭାପତି ଭାବେ ନରେନ୍ଦ୍ର କୁମାର ହୋତା, ଉପ ସଭାପତି ବାଳକୃଷ୍ଣ ପୁଜାରୀ ଏବଂ

ଲୋକନାଥ ତ୍ରିପାଠୀ ସାଧାରଣ ସମ୍ପାଦକ, ଅରୁଣ କୁମାର ପଣ୍ଡା ସଂପାଦକ, ଦାମୋଦର ପଣ୍ଡା ଓ କଲ୍ୟାଣ ଚାନ୍ଦ କୋଷାଧ୍ୟକ୍ଷ ହୋଇଥିବା ବେଳେ ଅଜିତ ଦାଶ ଓ ନିରଞ୍ଜନ ଦାଶ ସହ କୋଷାଧ୍ୟକ୍ଷ ଭାବରେ ମନୋନିତ ହୋଇଥିଲେ। ସେହିପରି ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ପଣ୍ଡିତ ହେମନ୍ତ ମିଶ୍ର, ସଦାନନ୍ଦ ଦାଶ, ଯୋଗେଶ ଦାଶ, ଆଶୋକ ଦାଶ, ଶରତ ପାଣିଗ୍ରାହୀ,ରମାକାନ୍ତ ତ୍ରିପାଠୀ, ସୁରେଶ କୁମାର ଶତପଥି , ଭାଗ୍ୟଧର ମିଶ୍ର,ରମେଶ କର,ପିନାକୀ ଦାଶ,ମାନଭଞ୍ଜନ ଦାଶ, ଧର୍ମରାଜ ତ୍ରିପାଠୀ, ପଞ୍ଚାନନ ପାଣିଗ୍ରାହୀ, ହୃଦାନନ୍ଦ ଦାଶ, ମେଘନାଦ ମିଶ୍ର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।

error: Content is protected !!