Saturday, March 7, 2026
Homeରାଜ୍ୟବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ।

ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ଶ୍ରୀ ବିଶିକେଶନ ଶତପଥୀ ଆଜି ଯୋଗଦାନ କରିଛନ୍ତି। ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଶିବପ୍ରସାଦ ଯୋଶୀ, ସେକ୍ସନ ଅଫିସର ଶ୍ରୀ ଦିଲ୍ଲୀପ ଭୋଇ, ଶ୍ରୀମତୀ ସୁଚିସ୍ମିତା ଶତପଥୀ, ସଙ୍ଗୀତା ରାଉତ, ଶ୍ରୀ ଭଗବାନ ତରେଇ ଓ ଶ୍ରୀ ପ୍ରଶାନ୍ତ ନାୟକ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜବୋଡ଼ାସମ୍ବର ବ୍ଲକରେ ଦୀର୍ଘଦିନରୁ ଗୋଟିଏ ସହ ବ୍ଲକ ଶିକ୍ଷାଅଧିକାରୀ ପଦ ଖାଲି ପଡ଼ିଥିଲା, ଝାରବନ୍ଧ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଶ୍ରୀ ଶତପଥୀଙ୍କ ଯୋଗଦାନ ଫଳରେ ବ୍ଲକ ଶିକ୍ଷାକାର୍ଯ୍ୟାଳୟର କାର୍ଯ୍ୟ ଅଧିକ ସୁଗମ ହୋଇପାରିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଥଲେ।

error: Content is protected !!