Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ।

ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମଞ୍ଚାସିନ ଥିଲେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା । ଏହି ଆଲୋଚନା ଚକ୍ରର ପ୍ରସଙ୍ଗ ଥିଲା କୃତ୍ରିମ ବୁଦ୍ଧିମତା ; ସମ୍ଭ୍ୟାବ୍ୟ ଓ ଚିନ୍ତା । ଏଥିରେ ଅତାବିରା ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଅଷ୍ଟମ,ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀ ମାନେ ପୋଷ୍ଟର,ଚିତ୍ର ଓ ସ୍ଲାଇଡ୍ ପ୍ରଦର୍ଶନ କରି ନିଜ ନିଜ ପ୍ରସଙ୍ଗ ଉପସ୍ଥାପନା କରିଥିଲେ ।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଉପସ୍ଥିତ ଥିଲେ ଅତାବିରା ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଚିତ୍ରସେନ ପଧାନ ଏବଂ ସି. ଆର୍.ସି.ସି. ରଞ୍ଜନ ବାଗ । ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପାହାଡ଼ଶ୍ରିଗିଡା ର ଛାତ୍ରୀ ସ୍ୱାଗତିକା ବାରିକ ଏବଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅମଲିପାଲି ର ଛାତ୍ର ସୌରଭ ସିଂହ ଶ୍ରେଷ୍ଠ ପ୍ରତିଯୋଗୀ ରୂପେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ସହଯୋଗ କରିଥିଲେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଋଷୁଭ ପଣ୍ଡା,ଧରମ ନାଏକ, ରଶ୍ମୀରାଣୀ ନନ୍ଦ, ନୃପ ଭୋଇ,କୃତାର୍ଥ ଚନ୍ଦ୍ର ଭୁଏ,ରାଜୀବ ବିଶ୍ଵାଳ, କେଶବ ଛନ୍ଦ ଓ ଶିକ୍ଷକ ଗୋପବନ୍ଧୁ ମେହେର ।

error: Content is protected !!