Thursday, February 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ୍ ସ୍ତରୀୟ ନିପୁଣ ମେଳା ।

ବ୍ଲକ୍ ସ୍ତରୀୟ ନିପୁଣ ମେଳା ।

ବରପାଲି-ବରପାଲି ବ୍ଲକ୍ ସ୍ତରିୟ ନିପୁଣମେଳା କୁଶନପୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଯାଇଛି। ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରାଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ରୀନା ଥଇତ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୁରେଶ୍ୱରୀ ପଧାନ ଓ ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ପ୍ରଶିକ୍ଷକ ଗଗନ ବେହେରା , ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ସାହୁ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦୁର୍ଯୋଧନ ସିଂହ ଏବଂ ରତ୍ନକୁମାର ଭୋଇ, ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ନିପୁଣ ମେଳା ର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଶୋଭାଯାତ୍ରା ବାହାରି ନିପୁଣ ଓଡିଶା ନିପୁଣ ଭାରତ ବେନର ସ୍ଳୋଗାନ ସହ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଅତିଥି ମାନେ ଏଫ୍.ଏଲ୍.ଏନ୍. ର ଗୁରୁତ୍ଵ ତଥା ଶିକ୍ଷାର ମୌଳିକତା ଉପରେ ଆଲୋକପାତ କରିଥିଲେ । ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ଦକ୍ଷତା ହାସଲ କରିବା ପାଇଁ ଗୁରୁତ୍ଵ ଦେଇଥିଲେ । ସେହିପରି ପିତାମାତାଙ୍କ ଭୂମିକା ଓ ଶିକ୍ଷକଙ୍କ ଭୂମିକା ର ବିଶେଷତ୍ତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ନିପୁଣ ମେଳାରେ ନିପୁଣ ଓଡ଼ିଶା ଷ୍ଟଲ୍, ଗଳ୍ପକଥନ ଓ ଅଭିନୟ ଷ୍ଟଲ୍ , ଲାଇଭ୍ କ୍ଲାସ୍ ଷ୍ଟଲ୍ , ଅଭିନବ ଶିକ୍ଷଣ ସାମଗ୍ରୀ ଓ ଅଭ୍ୟାସ ଷ୍ଟଲ୍ , ସ୍ଵତନ୍ତ୍ର ଆଲୋଚନା ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା ।

ବ୍ଲକ୍ ର ୧୪ ଟି କ୍ଲଷ୍ଟର ରୁ ଜଣେ ଲେଖାଏଁ ଏଫ୍.ଏଲ୍.ଏନ୍ ଶିକ୍ଷକ ଓ ହୋଷ୍ଟ ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ଏବଂ ଫିଡର ବିଦ୍ୟାଳୟ ର ୬୦ ଜଣ ଶିକ୍ଷାର୍ଥୀ ଓ ୧୦ ଜଣ ଅଭିଭାବକ ତଥା କଦଳୀପାଲି କ୍ଳଷ୍ଟର ପ୍ରତ୍ୟେକ ବିଦ୍ୟାଳୟ ରୁ ଜଣେ ଲେଖାଏଁ ଏଫ୍.ଏଲ୍.ଏନ୍ ଶିକ୍ଷକ ଓ ୧୦ ଜଣ ଲେଖାଏଁ ଶିକ୍ଷାର୍ଥୀ ଓ ଅଭିଭାବକ ଏଥିରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ସମସ୍ତ ଅଂଶଗ୍ରହକାରୀ ଓ ଏଫ୍.ଏଲ୍.ଏନ୍ ଶିକ୍ଷକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମଲେଶ୍ବରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପାଲି , ସରକାରୀ ପ୍ରାଥମିକ ବିଦ୍ୟାଳୟ ସିକିର୍ଡି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଗବାଡି ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁଲଣ୍ଡି ର ଅଭିନବ ଶିକ୍ଷଣ ସାମଗ୍ରୀ ଜିଲ୍ଲାସ୍ତରୀୟ ନିପୁଣ ମେଳା ପାଇଁ ମନୋନୀତ ହୋଇଛି ।

ଏହି କାର୍ଯ୍ୟକ୍ରମ ରେ କଦଳୀପାଲି ସି.ଆର୍.ସି.ସି. ଶ୍ରୀ କ୍ଷେତ୍ର ମେହେର ଓ ବି. ଆର୍.ଟି. ଶ୍ରୀ ମୁକୁନ୍ଦ ମେହେର ମଞ୍ଚ ପରିଚାଳନା କରିଥିଲେ । ଅନ୍ୟାନ୍ୟ କାର୍ଯ୍ୟରେ ଶ୍ରୀନିବାସ ପଧାନ, ବିନୟ କୁମାର ଭୋଇ, ଅନିଲ କୁମାର ଦାଶ, ରବିନାରାୟଣ ମହାପାତ୍ର , ଲୁପାଞ୍ଚନ ବାରିକ , ସୁଦାମ ମେହେର , ଉତ୍ତମ ଦେହୁରୀ , ନିମାଇଁ ଚରଣ ଦାଶ, ରାଜେନ୍ଦ୍ର କୁମାର ମେହେର , ସଞ୍ଜୟ କୁମାର ସାହୁ , ସରୋଜ କୁମାର ଦାସ , ତୁଲାରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷ ରେ କୁଶନପୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଘୁବୀର ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

error: Content is protected !!