Saturday, March 7, 2026
Homeରାଜ୍ୟବ୍ଲକ୍ ସ୍ତରୀୟ ଜୁନିଅର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ।

ବ୍ଲକ୍ ସ୍ତରୀୟ ଜୁନିଅର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ।

ପଦ୍ମପୁର-ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ, ଡଙ୍ଗାଘାଟ ଠାରେ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଳମ୍ବ ପ୍ରସାଦ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସନ୍ଧ୍ୟାରାଣୀ ବରିହା,ତରଣୀ ସେନ ସାହୁ ,ଜୁନିଅର ରେଡକ୍ରସ୍ ସାଧନ କର୍ମୀ ଚୂଳସୁନ୍ଦର ମେହେର, ଦୋଳ ଗୋବିନ୍ଦ ସାହୁ, ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର,ସ୍ଥାନୀୟ ସରପଞ୍ଚ ସଂକର୍ଷଣ ନାଗ ଯୋଗ ଦେଇଥିଲେ ।

ରବି ଶଙ୍କର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ବ୍ଲକ ରେଡକ୍ରସ ସଂଯୋଜକ ରୁଦ୍ରାଙ୍ଗଦ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ ଶିବିରରେ ବ୍ଲକର ସମସ୍ତ ବିଦ୍ୟାଳୟର ରେଡକ୍ରସ୍ କାଉନସିଲର ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସାଧନ କର୍ମୀ ମାନେ ରେଡକ୍ରସର ଉତ୍ପତ୍ତି ଲକ୍ଷ୍ୟ , ଉଦ୍ଦେଶ୍ୟ,ମୂଳନୀତି ଉପରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!