Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ରହ୍ମଚାରିଣୀ ରୂପରେ ମାଁ ସମଲେଶ୍ବରୀ ଓ ବରଦା ଦୁର୍ଗାମାଁ ।

ବ୍ରହ୍ମଚାରିଣୀ ରୂପରେ ମାଁ ସମଲେଶ୍ବରୀ ଓ ବରଦା ଦୁର୍ଗାମାଁ ।

ବରପାଲି-ବରପାଲି ମାଁ ସମଲେଶ୍ୱରୀ ଓ ଦେବୀ ବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜନର ଦ୍ବିତିୟ ବେଶ ବ୍ରହ୍ମଚାରିଣୀ ରୂପରେ ପୂଜକ ମାନଙ୍କ ଦ୍ବାରା ନିତିକାନ୍ତି ଅନୁଯାୟୀ ପୂଜାପର୍ବ ଆଗେଇଚାଲିଛି। ମାଁବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜନ ଅବସରରେ ପଣ୍ତିତ ମାନଙ୍କ ସହାୟତରେ ଭିନ୍ନଭିନ୍ନ ପ୍ରଥା ମାନ ପାଳନିୟ ହୋଇଥିଲା।

ମାଁଙ୍କ ବ୍ରହ୍ମଚାରିଣି ରୂପରେ ନବ ଦିନାତ୍ମକ ପୂଜାକାର୍ଯ୍ଯ ସମ୍ପର୍ଣ୍ଣ ପରେ ଦର୍ଶନାର୍ଥେ ଭକ୍ତ ମାନଙ୍କ ଭିଡ ଦିନ ତମାମ ଲାଗିଥିଲା। ପରିଚାଳନାରେ କମିଟି କର୍ମକର୍ତ୍ତା ଓ ମୂଖ୍ଯପୂଜକ ସୁବଳ ମିଶ୍ରଙ୍କ ସମେତ ପଣ୍ଡିତ ସଦାନନ୍ଦ ଦାଶ, ଗୋପାଳ ମିଶ୍ର,ତିଳକ ମିଶ୍ରଙ୍କ ସହାୟତାରେ ଆଗେଇଥିଲା। ସେହିପରି ମାଁ ସମଲେଶ୍ବରୀଙ୍କ ପୂଜନ କାର୍ଯ୍ୟକ୍ରମ ମୁଖ୍ୟପୂଜକ ଅନନ୍ତ ରାୟ,ବିଦ୍ୟା ରାୟ, ରାଜୁ ରାଏ ଓ ପଣ୍ତିତ ଗୋପାଳ ମିଶ୍ର ପ୍ରମୁଖଙ୍କ ଦ୍ବାରା ପୂଜାକାର୍ଯ୍ୟ କରାଯାଇଥିଲା।

error: Content is protected !!