Saturday, March 7, 2026
Homeରାଜ୍ୟବୋଡ଼େନ ସରସ୍ୱତୀ ଶିଶୁମନ୍ଦିର ଠାରେ ବିଶ୍ଵ ଯୋଗ ଦିବସ ପାଳିତ ।

ବୋଡ଼େନ ସରସ୍ୱତୀ ଶିଶୁମନ୍ଦିର ଠାରେ ବିଶ୍ଵ ଯୋଗ ଦିବସ ପାଳିତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ବୋଡ଼େନ ସରସ୍ୱତୀ ଶିଶୁ ମନ୍ଦିର ଠାରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ ଯୋଗ ଗୁରୁ ଅରବିନ୍ଦ ବେହେରାଙ୍କ ଦ୍ଵାରା ଯୋଗ ଶିକ୍ଷା ଦିଆଯାଇଥିଲା। ଏଥିରେ ଅଧ୍ୟାପକ ଗୟାଧର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ଅତିଥି ଭାବେ ଅବସର ଶିକ୍ଷକ ସୁଜନେସ୍ୱର ମଲ୍ଲିକ,ପ୍ରଧାନ ଗୁରୁଜୀ ମୁରଲୀ ଧର ହୋତା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ହୋଇଥିଲେ।ଏହି ଦିବସରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଶିବିରରେ ଯୋଗଦାନ କରିଥିଲେ। ଅତିଥି ମାନେ ଶରୀର ପାଇଁ ପ୍ରାଣାମ ,ବ୍ୟାୟାମ ଆଜି କାଲି ନିତାନ୍ତ ଆବଶ୍ୟକ ବୋଲି ମତାମତ ଦେଇଥିଲେ।ବିଭିନ୍ନ ଯୋଗଦାନ ସୁର୍ଯ୍ୟ ନମସ୍କାର, ଯୋଗାସନ ତାଲିମ ସମସ୍ତଙ୍କୁ ଦିଆଯାଇଥିଲା। ଗୁରୁଜୀ ଗୁରୁମା ସମସ୍ତେ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

error: Content is protected !!