Saturday, March 7, 2026
Homeରାଜନୀତିବୈତାଳି ଗ୍ରାମରେ ନୂତନ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କଲେ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ।

ବୈତାଳି ଗ୍ରାମରେ ନୂତନ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କଲେ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ।

ଝାରବନ୍ଧ- ଯେତିକି ନିର୍ବାଚନ ତାରିଖ ପାଖଉଛି, ଟଙ୍କଧର ସାହୁଙ୍କ ଲୋକ ପ୍ରିୟତା ସେତିକି ବଢ଼ିବାରେ ଲାଗିଛି । ଟଙ୍କଧର ସାହୁଙ୍କ ସହ ନିତିଦିନ ନୂତନ ଯୁବଗୋଷ୍ଠୀ ଯୋଡି ହୋଇ ହାତ ମୁଠାକୁ ଟାଣ କରୁଥିବା ଦେଖିବାକୁ ମିଳୁଛି।ଝାରବନ୍ଧ ବ୍ଲକ ଅମଠି ପଞ୍ଚାୟତର ବୈତାଳି ଗ୍ରାମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନୂତନ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ସାହୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡରେ ଦେଇଥିବା ପ୍ରତିଶୃତି ବିଷୟରେ ଆଲୋକପାତ କରିଥିଲେ ଓ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଜଫର ହୁସେନ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

error: Content is protected !!