ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ କୁଧରେନପାଲି ଗ୍ରାମର ୬୭ ବର୍ଷର ବୟସ୍କା ଧନୁର୍ଯ୍ଯ ମହାଲିଙ୍ଗ ଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ଯ ଭତ୍ତା ମିଳି ପାରୁ ନାହିଁ । ବିଗତ ସରକାର ଦୀର୍ଘ ୨୫ ବର୍ଷ ଶାସନ ଭାରରେ ରହି ମଧ୍ଯ ଓଡ଼ିଶାର ଗରିବ ଶ୍ରେଣୀର ବୃଦ୍ଧବୃଦ୍ଧା ମାନଙ୍କୁ ଜାଣିଶୁଣି ସରକାର ଅବହେଳା କରା ଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି ।
ଲଖମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଧରେନପାଲି ଗାଁର ଧନୁର୍ଯ୍ଯ ମହାଲିଙ୍ଗ ବାର୍ଦ୍ଧକ୍ଯ ସମୟରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦଉଡି ଦଉଡି ନୟାନ୍ତ ହେଲେଣି ହେଲେ ବାର୍ଦ୍ଧକ୍ଯ ଭତ୍ତା ମିଳୁ ପାରୁନାହଁ । ବିଗତ ସରକାର ଓଡ଼ିଶାର ଜନତାଙ୍କୁ ବିକାଶର ଦ୍ବାହି ଦେଇ ନିର୍ଯ୍ୟାତିତ ବୃଦ୍ଧାଙ୍କୁ ଭତ୍ତା ଟିଏ ମଧ୍ଯ ଯୋଗାଇ ପାରିଲା ନାହିଁ ।
ଏଣୁ ଜିଲ୍ଲା ଓ ବ୍ଳକ ପ୍ରଶାସନ ର ବର୍ତ୍ତମାନର ସରକାର କେତେ ଶୀଘ୍ର ବୃଦ୍ଧାଙ୍କୁ ଭତ୍ତା ଯୋଗାଇବାର ବ୍ଯବସ୍ଥା କରିବ ଦେଖିବାକୁ ବାକି ରହିଲା । ଏପର୍ଯ୍ୟନ୍ତ ରାଜ୍ଯରେ ଅନେକ ଖଟିଖିଆ ଶ୍ରେଣୀର ଲୋକେ କିପରି ଅବହେଳାର ଶିକାର ପାଳଟୁଛନ୍ତି ଏହା ଏକ ସଦ୍ୟତମ ଉଦାହରଣ ।
ଏପଟେ ଧନୁର୍ଯ୍ଯ ମହାଲିଙ୍ଗ ଙ୍କ ଘର ମଧ୍ଯ ନଥିବାରୁ ଝିଅ ଘରେ ଆଶ୍ରୟ ନେଉଛନ୍ତି । ବୃଦ୍ଧା ଜଣଙ୍କୁ ପଞ୍ଚାୟତ ତରଫରୁ ୫ କେଜି ଚାଉଳ ମିଳୁଥିଲେ ମଧ୍ଯ ଏହା କଣ ଯଥେଷ୍ଟ ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଥିପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି ।