Wednesday, January 22, 2025
spot_imgspot_imgspot_img
Homeଖେଳବୁର୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ କପ୍ – ୨୦୨୫ରେ କେନ୍ଦ୍ରମନ୍ତ୍ରୀ।

ବୁର୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ କପ୍ – ୨୦୨୫ରେ କେନ୍ଦ୍ରମନ୍ତ୍ରୀ।

୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା – ଧର୍ମେନ୍ଦ୍ର ପ୍ରଧାନ ।

ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା ।

କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବା ପାଇଁ ସୁଯୋଗ ଦେବା ଦିଗରେ ଭଲ ପ୍ରୟାସ ।

ସମ୍ବଲପୁର – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ବୁର୍ଲା ଠାରେ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ – ୨୦୨୫ର ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବା ଅବସରରେ ୨୦୩୬ ଅଲିମ୍ପିକ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି । ‘ବୁର୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ସମାରୋହରେ ସେ କହିଛନ୍ତି ଯେ ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ । ବୁର୍ଲା, ହୀରାକୁଦ ସମେତ ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା । ଏହି ଅଞ୍ଚଳରେ ଖେଳୁଆଡ ମନୋଭାବକୁ ବଢାଇବା ଦିଗରେ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ ।

ମହିଳା ଫୁଟବଲର ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବାର ଏକ ପ୍ଲାଟଫର୍ମ ଦେଇଥିବାରୁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ବୁର୍ଲା ସମେତ ସମ୍ବଲପୁରରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିବା ଦରକାର । ବିଶେଷ ଭାବରେ ୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାମାନେ କିପରି ଅଧିକରୁ ଅଧିକ ଭାଗ ନେବେ, ଏଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ସେ କହିଥିଲେ ।

ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର , ପୂର୍ବତନ ବିଧାୟକ ନାଉରୀ ନାୟକ, ଦେବେନ୍ଦ୍ର ମହାପାତ୍ର, ଡ.ପ୍ରମୋଦ ରଥ, ରାମ ଚନ୍ଦ୍ର ମେହେର, ସୁଶାନ୍ତ ପୁରୋହିତ, ସୁଶିଲ କର, ଦୁଲାଲ୍ ପ୍ରଧାନ, ସମିର ରଞ୍ଜନ ବାବୁ ମାନସ ରଞ୍ଜନ ବକ୍ସି, ସୁଧୀର ରଞ୍ଜନ ବହିଦାର, ରାମଦାସ ପଣ୍ଡା, ମୋତିଲାଲ ତନ୍ତୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!