Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ।

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୭ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପ୍ରଥମ ଦିନରେ ମଣ୍ଡଳକରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ ଅପରାହ୍ନ ୪ ଟା ସମୟରେ କଟାହାରି ମନ୍ଦିର ଘାଟରୁ ଭବ୍ୟ କଳସ ଯାତ୍ରାରେ ବୁରୋମୁଣ୍ଡା ଗ୍ରାମବାସୀ ଓ ଆଖ ପାଖ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିବା ବେଳେ ରାତି ୮ ଟା ସମୟରେ ପତିତପାବନ ସାଂସ୍କୃତିକ ମଞ୍ଚକୁ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ବିଶିଷ୍ଠ କଣ୍ଠ ଶିଳ୍ପୀ ଦୁଃଖୀ ଶ୍ୟାମ ତ୍ରିପାଠୀ ଉଦଘାଟନ କରିଥିଲେ ।

ପରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ପତିତପାବନ ମନ୍ଦିର କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଭୁବନ୍ଦେ ସାହୁ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ, ଶନି ମନ୍ଦିର କର୍ତ୍ତା ଭାବରେ ବିକ୍ରମ ସାହୁ ଓ ବିନତୀ ସାହୁ,ବଜରଙ୍ଗ ଗୁଡ଼ି କର୍ତ୍ତା ଭାବରେ ସରୋଜ ଶ୍ରୀଭୂଷଣ ସାହୁ ଓ ଦୀପିକା ସାହୁ କାର୍ଯ୍ୟ ତୁଲାଇଥିବା ବେଳେ ସମ୍ବଲପୁର ପଣ୍ଡିତ ସଭାର ସଭାପତି ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର ଏବଂ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ତୁଲାଉଛନ୍ତି ।

ସମସ୍ତ କର୍ମକର୍ତ୍ତା ଓ ବୁରୋମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ୧୭ ରୁ ୨୫ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିଷ୍ଠା ଉତ୍ସବରେ, ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଠ କଳାକାର ଯୋଗ ଦେବା ସହ ମିନା ବଜାର, ଅପେରା,ନାମଯଜ୍ଞ, ପ୍ରତ୍ୟେକ ଦିନ ବୈଠକି କୀର୍ତ୍ତନ,ପାରାୟଣ,ଅଘୋରୀ ନୃତ୍ୟ,ଲୋକ ଗୀତ,ଲୋକ ନୃତ୍ୟ,ଦଣ୍ଡ ନୃତ୍ୟ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ ବୋଲି କମିଟିର ସଭାପତି ଗୋବର୍ଦ୍ଧନ ଗଡତିଆ ଓ ସମ୍ପାଦକ ଜଗବନ୍ଧୁ ପଧାନ ସୂଚନା ଦେଇଛନ୍ତି ।

error: Content is protected !!