Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୁଧାପାଲି ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ।

ବୁଧାପାଲି ନବଦିନାତ୍ମକ ନବଦୁର୍ଗା ପୂଜନ ଉଦଯାପିତ ।

ପଦ୍ମପୁର-ପଦ୍ମପୁର ବ୍ଲକ ବୁଧାପାଲି ଗ୍ରାମରେ ମାଁ ନବଦୁର୍ଗାଙ୍କ ନବଦିନାତ୍ମକ ପୂଜନତ୍ସବ ନିତିକାନ୍ତି ଅନୁଯାୟୀ ଶନିବାର ପୂର୍ଣ୍ଣାହୁତୀ ସମ୍ପର୍ଣ୍ଣ ହୋଇଯାଇଛି। ସ୍ଥାନିୟ ମା ଭଗବତୀ ଘଣ୍ଟପାଟି ସଦସ୍ଯ ମାନଙ୍କ ଉଦ୍ଯମରେ ମହୋତ୍ସବଟି ଦିର୍ଘଦିନ ହେବ କ୍ରମାଗତ ଭାବରେ ଆୟୋଜିତ ହେଉଛି। ଗତ ଗୁରୁବାର ମାଁଙ୍କୁ ଶୈଳପୁତ୍ରୀ ରୂପରେ ପରମ୍ପରା ଅନୁଶାରେ ପୂଜନ କାର୍ଯ୍ଯ ଆରମ୍ଭ ହୋଇଥିଲା। ପୁର୍ବାହ୍ନରେ ସଙ୍କଳ୍ପଧାରୀ ଭକ୍ତ ଓ ସାଧକ ମାନେ ମାଁଙ୍କ ପୂଜାର୍ଚ୍ଚନା ପର୍ବରେ ପୂଜକଙ୍କ ସହାୟତାରେ ସଙ୍କଳ୍ପ ନେବା ସହ ପ୍ରଦିପ ସ୍ଥାପନ କରିଥିଲେ।

ଅପରାହ୍ନରେ ମାଁ ଦୁର୍ଗାଙ୍କ ପୂଜାକାର୍ଯ୍ଯ ଆରମ୍ଭ ପାଇଁ ପୂଜାକର୍ତ୍ତା ଲୋକନାଥ ପଟେଲ ଓ ଧର୍ମପତ୍ନୀ ଜିତେଶ୍ବରୀ ପଟେଲଙ୍କ ନେତୃତ୍ବରେ ଭକ୍ତ ମାନେ ପାଟଖଣ୍ତା ଧୌତ ଉଦେଶ୍ଯ ନେଇ ଶୋଭାଯାତ୍ରାରେ ବାହାରିଥିଲେ। ପରିକ୍ରମା ମାଧ୍ଯମରେ ସ୍ଥାନିୟ ନଦୀଖଣ୍ତିରେ ପହଞ୍ଚିଲା ପରେ ପଣ୍ତିତ ପାନାଲାଲ ଦାଶଙ୍କ ସମେତ ଆଚାର୍ଯ୍ଯ ଗଣନାଥ ମହାପାତ୍ରଙ୍କ ଦ୍ବାରା ନିତିକାନ୍ତି ଅନୁସାରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଖଣ୍ତାଧୌତ ପୂଜନ ପର୍ବ ସମ୍ପର୍ଣ୍ଣ ପରେ ଭକ୍ତମାନେ ମନ୍ଦିରରେ ପହଞ୍ଚି ମାଁଙ୍କ ସମ୍ମୁଖରେ ପାଟଖଣ୍ତା ଓ ଅନ୍ଯ ଅସ୍ର୍ତଶସ୍ର୍ତ ମାନ ସ୍ଥାପନ କରିଥିଲେ।

ପରେ ମାଁଙ୍କ ଶୈଳପୁତ୍ରୀ ରୂପରେ ନବ ଦିନାତ୍ମକ ପୂଜନ ପର୍ବ ପଣ୍ଡିତ ମାନଙ୍କ ସହାୟତାରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ଦିବସରେ ମାଁଙ୍କ ଭିନ୍ନ ଭିନ୍ନରୂପରେ ପୂଜା କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଉଦଯାପନୀ ଦିବସରେ ନବକୁଆଁରୀ ପୂଜନ ସହ ହୋମଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସ୍ଥାନୀୟ ଝିଅ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ଗରବା ନୃତ୍ଯ ପରିବେଶିତ ହୋଇଥିଲା ।କମିଟି ସଦସ୍ଯ ଓ କର୍ମକର୍ତ୍ତା କରମଚାନ୍ଦ ମଗର,ସୁରେଶ ମଗର,ଅଶ୍ବିନୀ ପଟେଲ,ଗଣେଷ ସାହୁ,ଅର୍ଜୁନ ପଟେଲ,ଚତୃଭୁଜ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!