Saturday, March 7, 2026
Homeରାଜ୍ୟବି.ଜି.ପି ହାଇସ୍କୁଲରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ।

ବି.ଜି.ପି ହାଇସ୍କୁଲରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ।

ବରପାଲି-ବରପାଲି ବ୍ଳକ ବରମକେଲା ଗ୍ରାମବାସୀ ମାନଙ୍କ ପକ୍ଷରୁ ଅବସର କାଲୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବି.ଜି଼.ପି ହାଇସ୍କୁଲ ଓ ସ୍କୁଲ୍ ପରିଚାଳନା କମିଟି ପକ୍ଷରୁ କର୍ତ୍ତବ୍ଯରତ ସ୍କୁଲର ପ୍ରଧାନ ଶିକ୍ଷକ ମାନଭଞ୍ଜନ ପଧାନଙ୍କ ଅବସର ଗ୍ରହଣ ଅବସରକୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ବରମକେଲା ଗୈାନ୍ତୀଆ ତଥା ସରପଞ୍ଚ କ୍ଷିରୋଦ୍ର ପଧାନ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ଅଧ୍ୟକ୍ଷ ଜୟ କିଷାନ କୁମ୍ଭାର , ଲବ ପଧାନ ,ସୁରେନ୍ଦ୍ର ପଧାନ, କେଶବ ପଧାନ , ସରୋଜ କୁମାର ଦାଶ, ସରୋଜ ସାହୁ , ଅମରକୋଷ ପଧାନ ଏବଂ ବରପାଲି ବିଇଓ ମୁକୁନ୍ଦ ମାହାରା ଏବଂ ଓଷ୍ଟା ସାଧାରଣ ସଂପାଦକ ସଞ୍ଜୟ କୁମାର ସିଂ , ଓଷ୍ଟା ରାଜ୍ୟ ଯୁଗ୍ମ ସମ୍ପାଦକ ଆଶୁତୋଷ ପ୍ରସାଦ ରଥ ,ବସୁ ନାଏକ, ସୁଦାମ ପୋଢ, ମିଠି ଥପା , ପିତବାସ ବେହେରା , କ୍ଷିରୋଦ୍ର ପଧାନ, ଗୈାରଚନ୍ଦ୍ର ପୋଡ଼,ନିରୋଜ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଏହି ଅବସରରେ ମଞ୍ଚାସିନ ଅତିଥି ତଥା ଛାତ୍ରମାନଙ୍କ ଗହଣରେ ପ୍ରଧାନଶିକ୍ଷକ ମାନଭଞ୍ଜନ ପଧାନଙ୍କୁ ମାନପତ୍ର ଉତ୍ତରିୟ ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଗ୍ରାମବାସୀ ଓ ଅତିଥି ମାନେ ଛାତ୍ର ମାନଙ୍କ ସହିତ ବାଜାଗାଜା ବଜାଇ ଏକ ଶୋଭାଯାତ୍ରାରେ ବାହାରିଥିଲେ। ପରେ ଶୋଭାଯାତ୍ରା ମାଁ ପୂର୍ଣ୍ଣମାସୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଲା ପରେ ଗ୍ରାମର ଯଜ୍ଞ କୁମାର ପଧାନ ( ମିଳୁ )ଙ୍କ ଉଦ୍ୟମରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ମଞ୍ଚାସିନ ଅତିଥି ଶ୍ରୀ ସଭା ବଢେଇ , ବେଦବର ପଧାନ , ରାଜିବ ଲୋଚନ ସାହୁ, କିଶୋର ଭୋଇ , ସୁଭେନ୍ଦୁ ରଣା ଡ଼ାକ୍ତର ମାଝୀ , ଗମ ବାଗ , ମାଧବ ସାହୁ , ଧିରେନ୍ଦ୍ର ସାହୁ ଏବଂ ଅନ୍ୟମାନେ ମଞ୍ଚାସିନ ଥିଲେ ସଭା ଶେଷରେ ପଧାନ ଆଜ୍ଞାଙ୍କ ବାସଭବନକୁ ଗ୍ରାମବାସୀ ସମସ୍ତେ ପହଞ୍ଚିଥିଲେ।

error: Content is protected !!