ବୀରମହାରାଜପୁର- ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ୱରେ ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡଙ୍ଗୀ ସଭାର ଉଦ୍ଦେଶ୍ୟଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଢ଼ୀ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଭଗବାନ ମିଶ୍ର ମଞ୍ଚାସୀନ ଥିଲେ। ପ୍ରଥମେ ଭୂଷଣ କୁମାର ପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ,ଆଲୋଚ୍ୟ ବିଷୟ ଉପରେ ନିଜର ମତାମତ ରଖି ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟବକ୍ତା ଶ୍ରୀ ପାଢ଼ୀ ସମାଜରେ ବୟସ୍କ ନାଗରିକ ମାନଙ୍କ ହତାଦର ଓ ତାର ନିରାକରଣ ଉପରେ ସଚେତନତାକୁ ନେଇ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ମିଶ୍ର ଏ ସମସ୍ୟାର ସମାଧାନ ପାଇଁ ଘରୋଇ ଆଲୋଚନାର ମାଧ୍ୟମକୁ ସ୍ୱାଗତ କରିଥିଲେ। ସଭାପତି ଡକ୍ଟର ରଥ ନିଜ ଭାଷଣରେ ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ ଚଳିତ ବର୍ଷର ବିଷୟବସ୍ତୁକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ବ୍ୟକ୍ତିଙ୍କ ଉପରେ ଆଲୋକପାତ,ସଙ୍କଟ ସମୟରେ ବୟସ୍କ ବ୍ୟକ୍ତି ମାନଙ୍କୁ ସମ୍ମାନର ସହ ସୁରକ୍ଷା ଯୋଗାଇ ଦେବା ଉପରେ ବିସ୍ତୁତ ଆଲୋଚନା କରିଥିଲେ।
ଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିବାପରେ ସଭାପତି ସଭା ଭଙ୍ଗ କରିଥିଲେ। ସଂଘର ବରିଷ୍ଠ ସଭ୍ୟ ସର୍ବଶ୍ରୀ:-ସୁଦାମ ସେଠୀ, ରମେଶ କୁମାର ପଣ୍ଡା, ଶ୍ରୀନିବାସ ଅଗ୍ରୱାଲ, ରାଧେଶ୍ୟାମ ରାୟ, ନାରାୟଣ ପ୍ରସାଦ ନାୟକ, ଭୀମସେନ ବାରିକ, ଗୋପିନାଥ ମହାକୁର,ଧୃବଚରଣ ଦାଶ,ଧନୁ ପଧାନ, ବଳରାମ କାଣ୍ଡ, ସୈାମିତ୍ରୀ ମେହେର,ଅକୃର ଦନ୍ତା, ବାସୁଦେବ ପଣ୍ଡା, ବାସୁଦେବ ରଥ, ଅକ୍ଷୟ କୁମାର ମିଶ୍ର, ଦିଲ୍ଲିପ ମିଶ୍ର, ଦିଲ୍ଲିପ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ।