Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଶ୍ଵ ଧରିତ୍ରୀ ଦିବସ ପାଳିତ l

ବିଶ୍ଵ ଧରିତ୍ରୀ ଦିବସ ପାଳିତ l

ପଦ୍ମପୁର-ପଦ୍ମପୁର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ଙ୍କ ସଭାପତିତ୍ବରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ଯୋଗ ଦେଇ ବିଶ୍ଵ ଉତ୍ତାପନ ଓ ଏହାର କୁପ୍ରଭାବ,ଜଳବାୟୁ ପରିବର୍ତ୍ତନ,ବୃକ୍ଷରୋପଣ ତଥା ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ l ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ l

ଚଳିତ ବର୍ଷ ବୃକ୍ଷରୋପଣ କରି ବଞ୍ଚାଇ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ତରଫରୁ ମାନପତ୍ର ଓ ଅଶୋକ ଚାରା ସହିତ ପରିବେଶ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ସହକାରୀ ଶିକ୍ଷକ ଗୋପ ସାହୁ,ତରଣୀସେନ ଭୁଏ,ଆଶିଷ କୁମାର ବିଶି,ଶେଫାଳି ପାତ୍ର ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ତରଣୀସେନ ଭୁଏ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!