Saturday, March 7, 2026
Homeରାଜ୍ୟବିଶ୍ବ ବୈଜ୍ଞାନିକ ପ୍ରଫେସର ଶିବେଶ କୁମାର ଜସ୍ ପେସିଫ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦବୋଧନ...

ବିଶ୍ବ ବୈଜ୍ଞାନିକ ପ୍ରଫେସର ଶିବେଶ କୁମାର ଜସ୍ ପେସିଫ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦବୋଧନ ।

ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ବିଶ୍ଵ ବୈଜ୍ଞାନିକ ଶିବେଶ କୁ. ଜସ୍ ପେସିଫ ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ ବିଶ୍ଵ ବ୍ରହ୍ମାଣ୍ଡ ଗଠନ ବିଷୟରେ ମାର୍ଗଦର୍ଶନ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ବାମରା ବ୍ଳକ ସଗରା ପଞ୍ଚାୟତ ସଦର ନିବାସୀ ଅଟନ୍ତି । ସେ ଏକାଧାରରେ ବିଶିଷ୍ଟ କସ୍ମୋଲଜିଷ୍ଟ, ଗଣିତଜ୍ଞ ଓ ବୈଜ୍ଞାନିକ ପ୍ରଚାରକ ଭାବେ ଦେଶ ପାଇଁ ଗୌରବ ଆଣିଛନ୍ତି । ପ୍ରଫେସର ଶିବେଶ ଜଜ୍ ପେସିଫ ଇନଷ୍ଟିଟ୍ୟୁଟ ଅଫ୍ କସ୍ମୋଲଜି (ଫିକ୍ସ) ର ସଂସ୍ଥାପକ ଓ ନିର୍ଦ୍ଦେଶକ ଅଟନ୍ତି ।

ତାଙ୍କ ଶାସ୍ତ୍ରୀୟ ଉତ୍କର୍ଷତାକୁ ସ୍ଵୀକାର କରି ୨୦୨୫ ବର୍ଷ ପାଇଁ ବିଶ୍ଵର ଶୀର୍ଷ ୨% ବୈଜ୍ଞାନିକ ମାନଙ୍କ ତାଳିକାରେ ସାମିଲ କରାଯାଇଛି । ଉକ୍ତ ସଭାରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ, ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର , ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି , ନିମନ୍ତ୍ରିତ ସଦସ୍ୟ ଡ଼ ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା ,ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଭୋଇ, ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଦାସ ଅତିଥି ଭାବରେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ସମସ୍ତ ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ, ସେବକ , ସେବିକା ଉପସ୍ଥିତ ଥିଲେ ।

error: Content is protected !!