Sunday, March 8, 2026
Homeରାଜ୍ୟବିଶିଷ୍ଠ ଚିତ୍ରଶିଳ୍ପୀ ବିରବର ସାହୁଙ୍କ ଜୟନ୍ତୀତ୍ସବ ।

ବିଶିଷ୍ଠ ଚିତ୍ରଶିଳ୍ପୀ ବିରବର ସାହୁଙ୍କ ଜୟନ୍ତୀତ୍ସବ ।

ବରପାଲି-ବରପାଲି ବିଶିଷ୍ଠ ଚିତ୍ରଶିଳ୍ପୀ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଅନୁପ୍ରାଣିତ ବୀରବର ସାହୁଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଡ. ରବୀନ୍ଦ୍ର ଗଡତିଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସଭାରେ ମହେନ୍ଦ୍ର କୁମାର ମେହେର, ଡଃ ସୁବଳ ଚନ୍ଦ୍ର ମାଝୀ, ନାୟକ ବାବୁ, ଧର୍ମରାଜ ସିଂ ବରିହା, ସୀତାରାମ ମେହେର, ବୀରେନ୍ଦ୍ର ନାଥ ନାଗ, ଧୃବ ବେହେରା ପ୍ରମୁଖ ସର୍ଗତଃ ବୀରବର ବାବୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ତାଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଓ ଚେତନା ସମସ୍ତଙ୍କୁ ପ୍ରେରଣା ଯୋଗାଉଥିଲା ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ତାଙ୍କ ସୁପୁତ୍ର ବିଜୟାନନ୍ଦ ସାହୁ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ।

error: Content is protected !!