Wednesday, December 18, 2024
spot_imgspot_imgspot_img
Homeଅଘଟଣବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ମୀନକେତନ ଦୋରାଙ୍କ ପରଲୋକ ।

ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ମୀନକେତନ ଦୋରାଙ୍କ ପରଲୋକ ।

ପଦ୍ମପୁର-ପଦ୍ମପୁର ସହରର ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ମୀନକେତନ ଦୋରାଙ୍କ ଆଜି ୯୧ ବର୍ଷ ବୟସରେ ପରଲୋକ ଘଟିଛି । ସେ ହଠାତ ଅସୁସ୍ଥ ହୋଇଯିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମୀନକେତନ ଦୋରାଙ୍କ ମୃତ୍ୟୁ ଖବର ପାଇବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷଶର୍ଯ୍ୟା ନିକଟରେ ତାଙ୍କ ପତ୍ନୀ ଶ୍ରୀମତୀ ସୁଲୋଚନା ଦୋରା,ପୁଅ ଜେ.ଡବ୍ଲୁ.ଏମ ଶ୍ରୀଯୁକ୍ତ ଜୟନ୍ତ କୁମାର ଦୋରା,ବଡ ଝିଅ ପ୍ରଫେସର ଜୟନ୍ତୀ ଦୋରା,ସାନ ଝିଅ ଏଡିଓ ଜୟଶ୍ରୀ ଦୋରା,ନାତି ସ୍ୱାଗତ ଦୋରା ଓ ଆତ୍ମୀୟ ସଜ୍ଜନ ଉପସ୍ଥିତ ଥିଲେ ।

ବନ୍ଧୁ ବନ୍ଧବ ତଥା ଅଂଚଳର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ମୀନକେତନ ଦୋରା ସୁନ୍ଦରଗଡ,ବୁର୍ଲା,ଦେବଗଡ, ଲଖମରା ଓ ପଦ୍ମପୁର ଠାରେ ସରକାରୀ ବିଦ୍ୟାଳୟରେ କାର୍ଯ୍ୟକରି ଅନେକ ପିଲାଙ୍କୁ ଶିକ୍ଷାଦାନ କରି ମଣିଷ କରିଥିଲେ । ପ୍ରଗାଢ ଜ୍ଞାନ ଓ ସମାଜସେବା ପାଇଁ ସ୍ବର୍ଗତ ଦୋରା ଅଂଚଳରେ ପ୍ରତିଷ୍ଠିଲାଭ କରିଥିଲେ । ତାଙ୍କର ଉକୃଷ୍ଠ କାର୍ଯ୍ୟ ପାଇଁ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ ।

ସେ ରେଡକ୍ରସ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ପାଂଚ ନାତି ମାନେ ହେଲେ ରଜତ ଦୋରା,ସୁଭମ ସ୍ୱସ୍ତିକ ଦୋରା,ସିଦ୍ଧାର୍ଥ ସ୍ୱସ୍ତିକ , ସ୍ୱାଗତ ଦୋରା ଓ ଆୟୁଷ୍ମାନ ଦୋରା । ସେ ସ୍ୱର୍ଗତ ଗୋପିନାଥ ଦୋରାଙ୍କ ଜ୍ୟୋଷ୍ଠ ପୁତ୍ର ଅଟନ୍ତି । ସ୍ଥାନୀୟ ଶ୍ମସାନରେ ସ୍ୱର୍ଗତ ମୀନକେତନ ଦୋରାଙ୍କ ଶେଷକୃତ ସମ୍ପନ୍ନ ହେଲା । ଏକମାତ୍ର ପୁତ୍ର ଜୟନ୍ତ ଦୋରା ମୁଖାଗ୍ନୀ ଦେଇଥିଲେ ।

error: Content is protected !!