ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ ଗାଁର ବିଶିଷ୍ଟ ବ୍ୟବସାୟୀ ଇନ୍ଦ୍ରମଣି ସାହୁଙ୍କ ୭୦ ବର୍ଷ ବୟସରେ ନୂଆପଡ଼ା ସ୍ଥିତ ନିଜ ବାସଭବନରେ ଗୁରୁବାର ସକାଳେ ପରଲୋକ ହୋଇଥିଲେ। ସ୍ବର୍ଗତ ଇନ୍ଦ୍ରମଣି ସାହୁ ବରିଷ୍ଠ କଂଗ୍ରେସ ନେତା ଟଙ୍କଧର ସାହୁଙ୍କ ବାପା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଭାଇ ଅଟନ୍ତି । ସ୍ବର୍ଗତ ସାହୁ ଜଣେ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଟନ୍ତି । ମାଣ୍ଡୋସିଲ ଗାଁ ଜଗନ୍ନାଥ ମନ୍ଦିରର ଜଣେ ସକ୍ରୀୟ ସଦସ୍ୟ ଥାଇ ମନ୍ଦିର ମୁଖ୍ୟ ଦାୟିତ୍ୱ ତୁଲାଉଥିଲେ। ସେ ତାଙ୍କ ମୃତ୍ୟୁ ପଛରେ ତିନି ପୁଅ, ପୁତ୍ରବଧୂ, ତିନି ଝିଅ, ନାତି ନାତୁଣୀ ତଥା ପରିବାରବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି। ସେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତିଥିଲେ।

ତାଙ୍କ ପୈତୃକ ଗାଁ ମାଣ୍ଡୋସିଲରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ବଡ ପୁଅ ଟଙ୍କଧର ସାହୁ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ରାଷ୍ଟ୍ର ପ୍ରବକ୍ତା ଡ଼ ହମିଦ ହୁସେନ, ପ୍ରଦେଶ କଂଗ୍ରେସ କମିଟି ମିଡିଆ ଚେୟାରମେନ ଅରବିନ୍ଦ ଦାସ, ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ,ନୂଆପଡ଼ା ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ,ରବି ମଙ୍ଗରାଜ,ସୁଧିର ମିଶ୍ର,ଆଲୋକ ଗୁରୁ, ଗୋପାଳ ସାହୁ, ବିଜେପି ନେତା ମୁରଲୀଧର ସୁନା, କଂଗ୍ରେସ ନେତା ଗୌନ୍ତିଆ ସାହୁ, ବିନୋଦ କାଲିଆ, ମନୋଜ ତ୍ରିବେଦୀ, ବିଜୟାନନ୍ଦ ପଟ୍ଟନାୟକ, ମହେନ୍ଦ୍ର ଖୁଣ୍ଟିଆ,ମୁଜାଫର ହୁସେନ, ପ୍ରଦୀପ ବେହେରା,ଗଜାନନ ଶର୍ମା, ଦିଲ୍ଲୀପ ଦାନି, ତେଳି ସମାଜର ସଭାପତି ଲକ୍ଷ୍ମଣ ସାହୁ ସମେତ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।



