ବରପାଲି-ବରପାଲି କଳାକାର କ୍ଲବ ପରିସରରେ ବିଶିଷ୍ଟ ନାଟ୍ୟକାର,ନିର୍ଦେଶକ, ଅଭିନେତା,ଗୀତିକାର ପଞ୍ଚାନନ ମେହେରଙ୍କ ୮୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ନାଟ୍ଯନିର୍ଦେଶକ ସରୋଜ କୁମାର ମେହେରଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମଟି ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ସଂପାଦକ ମହେନ୍ଦ୍ର କୁମାର ମେହେର , ଓ ମୁଖ୍ୟବକ୍ତା ଭାବେ ନାଟ୍ଯ ଅଭିନେତା ସୁରେନ୍ଦ୍ର ବୀର ଭୁବନ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ। ଅତିଥି ମାନେ ପଞ୍ଚାନନ ମେହେରଙ୍କ ନାଟ୍ୟ ଜୀବନର ଉତ୍ସର୍ଗିକୃତ ଅବଦାନ ଏବଂ ତାଙ୍କ ଅଭିନିତ ନାଟକ ଯୋଗଜନ୍ମା ରାବଣ,ହିରଣ୍ଯ କସିପ୍ଯୁ, ଉତ୍ତରା, କନ୍ୟାକୁମାରୀ,ବିଶ୍ଵ ଆହୁତି,କର୍ଣାଜୁର୍ଣ୍ଣ, କଳାଡାକୁ ପ୍ରଭୁତି ନାଟକଜ୍ଞ ସହ ସ୍ଥାନିୟ ମହାନ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବରେ କ୍ରମାଗତ ଭାବେ ୩୦ ବର୍ଷ ଧରି ତରକାସୁର ଭୂମିକାରେ ଖୋଲାମଞ୍ଚ ଅଭିନୟ କଳାର ଗାରୀମା ନିଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଏହିପରି ଜଣେ ମହାନ କଳାକାରଙ୍କ ଜନ୍ମ ଜୟନ୍ତିକୁ ସରକାରୀ ସ୍ତରରେ ସାଂସ୍କୃତିକ ବିଭାଗ ପାଳନ ନିମନ୍ତେ ସଭାରେ ଦାବୀ ଉପସ୍ଥାପନ ସକାଶେ ପ୍ରସ୍ତାବିତ ହୋଇଥିଲା। ତାଙ୍କ ରଚିତ ସମସ୍ତ ପୁସ୍ତକ କୁ ସରକାରଙ୍କ ଦ୍ୱାରା ମୁଦ୍ରଣ ନିମନ୍ତେ ମଧ୍ଯ ଆଲୋଚକ ମାନେ ଦାବି ଉଠାଇଥିଲେ।
ଶେଷରେ ଲେଖକ କବି ଆଲୋଚକ ଚିତ୍ରକୁଟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ କଳାକାର ଟଙ୍କଧର ଭୋଇ,ମାଗନ୍ ମେହେର,ଶିବ ଶଙ୍କର ମେହେର,ମିନି ମେହେର,ମୁରଲୀ ମେହେର,ଧୂର୍ବ ମେହେର,ପାଞ୍ଚ ମେହେର,ବୁଲୁ ରଣା,ମଧୁସୂଦନ ମେହେର,ମିନିକେତନ୍ ମେହେର,ତାଙ୍କର ପୁତ୍ର ଵୀର ବଜରଙ୍ଗ ମେହେର,ଓ ପୁତ୍ର ବଧୂ ସନ୍ଧ୍ୟା ମେହେର, ସୁଦେଷ୍ଣା ମେହେର, ଅନନ୍ତ ମେହେର, ରବୀନ୍ଦ୍ର ମେହେର, ସୁଜିତ୍ କୁମାର ମେହେର,ପ୍ରିତମ ମେହେର ପ୍ରମୁଖଙ୍କ ସମେତ ଇଣ୍ଟର ନେସନାଲ ଥିଏଟର କଳାକାର ମାନେ ଉପସ୍ଥିତ ରହିଥିଲେ।