Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଶାଖାଦାଶ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ।

ବିଶାଖାଦାଶ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ।

ବରପାଲି-ବରପାଲି ବ୍ଲକ କଟାପାଲି ବିଶାଖାଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ସଂସ୍କୃତ ଶିକ୍ଷୟିତ୍ରୀ ମନୋରମା ନାଏକଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମଟି ସଂଚାଳିତ ହୋଇଥିଲା। ସଂସ୍କୃତ ଗୀତ ଓ ଶ୍ଳୋକାବୃତ୍ତି ସର୍କିତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗି ଭାବରେ ୩୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୧୩ ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।ପ୍ରଧାନଶିକ୍ଷକ ଅଶୋକ କୁମାର ଭୋଇଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ଯ ଅତିଥି ଭାବରେ ଗଣେଷ ଭୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଧୀରେନ୍ଦ୍ର କୁମାର ବିଶ୍ବାଲ ସଂସ୍କୃତ ଭାଷାର ମହତ୍ତ୍ବକୁ ନେଇ ଉପସ୍ଥାପନ କରିଥିଲେ ।ସଭାକାର୍ଯ୍ୟକୁ ଯୁଗଲ କିଶୋର ଦାସ ସଂଚାଳନ କରିଥିବା ବେଳେ ବିଶ୍ଵଜିତ୍ ବିଶ୍ବାଲ, ସୁରଥ କୁମ୍ଭାର, ଜିଲୁ ଭୋଇ, ତୀର୍ଥବାସୀ ସାହୁ ପ୍ରମୁଖ ଶିକ୍ଷକଗଣ ପରିଚାଳନାରେ ସହଯୋଗ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ଲିପି ଭୁଏ ଧନ୍ଯବାଦ ଅର୍ପଣ କରିଥିଲେ ।

error: Content is protected !!