Thursday, December 5, 2024
spot_imgspot_imgspot_img
Homeରାଜ୍ୟବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ " ବିଶ୍ଵ ଏଡ୍‌ସ ସଚେତନତା ଦିବସ" ।

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ବିଶ୍ଵ ଏଡ୍‌ସ ସଚେତନତା ଦିବସ” ।

ପାଇକମାଳ-ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ ସଂଯୋଜନାରେ “ବିଶ୍ୱ ଏଡ୍‌ସ ସଚେତନତା ଦିବସ “ପାଳିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏଡ୍‌ସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପାଇକମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ଅଙ୍କିତ ରାଜ ସାଗର ଯୋଗଦେଇ ଏଡ୍‌ସର କାରଣ , ନିରାକରଣ ତଥା ରୋଗର ଭୟାବହତା ସଂପର୍କରେ ସଚେତନ କରିଥିଲେ l

ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ସଭା ପରିଚାଳନା କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ କୁମାର ବିଶ୍ଵାଳ ,ଦେବରାଜ ସାହୁ , ଅଙ୍କିତ ଦାସ ,ଅଭିନାଶ ମହାପାତ୍ର , ମୀନା କୁମାରୀ ସାହୁ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ଶେଷରେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!