Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଦ୍ୟୁତ ସମସ୍ଯା ନିରାକରଣ ପାଇଁ କୃଷକ ପରିବାର ଭଟଲିର ବୈଠକ:ବିଧାୟକଙ୍କ ସହ ଆଲୋଚନା ସହ ନୂତନ...

ବିଦ୍ୟୁତ ସମସ୍ଯା ନିରାକରଣ ପାଇଁ କୃଷକ ପରିବାର ଭଟଲିର ବୈଠକ:ବିଧାୟକଙ୍କ ସହ ଆଲୋଚନା ସହ ନୂତନ ମିଟର ଫେରାଇବା ପାଇଁ ନିଷ୍ପତ୍ତି ।

ଭଟଲି – ଭଟଲି ବଜାର ପ୍ରାଙ୍ଗଣରେ କୃଷକ ପରିବାର ଭଟଲି ତରଫରୁ ଥବିର ସାହୁଙ୍କ ସଭାପତିତ୍ୱରେ ବିଦ୍ୟୁତ ସମସ୍ୟା ଏବଂ ସମାଧାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରମେଶ ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଜଳସେଚନ ନାଁ ରେ ବିଦ୍ୟୁତ ବିଲ ଅସୁଳି, ମନମୁଖୀ ବିଦ୍ୟୁତ ବିଲ, ବିଦ୍ୟୁତ କାଟ ଏବଂ ଲୋ ଭୋଳଟାଜ ଆଦି ପ୍ରସଙ୍ଗ ଆଲୋଚନା ହେଲା। ଅମ୍ବାଭନା ବ୍ଲକ ବାରପାହାଡ଼ କୃଷକ ସଂଗଠନ ଜଳ ସେଚନ ପାଇଁ ବ୍ୟବହୃତ ବିଦ୍ୟୁତ ମିଟର ଅଧିକ ବିଲ ହେଉଥିବା କାରଣରୁ ସେମାନେ ଫେରାଇ ଦେଇଛନ୍ତି।

ଯାହା ଭଟଲି ବ୍ଲକରେ ମଧ୍ୟ ତାହାର ଗମ୍ଭୀର ପ୍ରଭାବ ପଡିଛି। ସେଥିପାଇଁ କୃଷକ ପରିବାର ପକ୍ଷରୁ ଗତ ୨୭ ମେ ରେ ଗଭୀର ନଳକୂପ ପାଇଁ ବ୍ୟବହୃତ ବିଦ୍ୟୁତ ମିଟର ସମସ୍ତ ଚାଷୀ ଫରାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ଆଖି ଆଗରେ ରଖି ଉପ-ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ଏବଂ ଟାଟା କମ୍ପାନୀ ଓ କୃଷକ ସଂଗଠନ ସହିତ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରଶାସନିକ ଅଧିକାରୀ ମାନେ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କ ଜରିଆରେ ଯାହା ସମାଧାନ ହେବ ତାହା ଉପରସ୍ତ ଅଧିକାରୀଙ୍କୁ ଜଣାଇ ଦେବା ପାଇଁ କହିଥିଲେ।

ସଂଗଠନ ପକ୍ଷରୁ ସେହି କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଥିଲା ସେଥିପାଇଁ ଗତ କାଲି ପୁଣି ବୈଠକ ବସି ନବ ନିର୍ବାଚିତ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଆସନ୍ତା କାଲି ସୋମବାର ୮ ଘଣ୍ଟା ସମୟରେ ଭେଟି ବିଦ୍ୟୁତ ସମସ୍ୟା ସମ୍ବନ୍ଧରେ ଅବଗତ କରିବା ପାଇଁ ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ସଙ୍ଗଠନ ସଦସ୍ୟ ଗୌତମ ସାହୁ, ଶୁଭ ପଣ୍ଡା, ଅକ୍ଷୟ ସାହୁ, ହେମନ୍ତ ସାହୁ, ସୁଦାମ ସାହୁ, ଅନନ୍ତ ସାହୁ, ଟେକାରାମ ସାହୁ, ସୁନନ୍ଦ ସାହୁ, ସୁରେନ ସାହୁ, ଦିଲୀପ ସାହୁ ଏବଂ ଶାନ୍ତନୁ ମାଝୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

error: Content is protected !!