Saturday, April 19, 2025
spot_imgspot_imgspot_img
Homeଅଘଟଣବିଦ୍ୟୁତ୍ ତାର ସମ୍ପର୍କରେ ଆସି ଯୁବକ ଗୁରୁତର:କ୍ଷତିପୂରଣ ଦାବୀରେ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ ।

ବିଦ୍ୟୁତ୍ ତାର ସମ୍ପର୍କରେ ଆସି ଯୁବକ ଗୁରୁତର:କ୍ଷତିପୂରଣ ଦାବୀରେ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ ।

ନୂଆପଡ଼ା(ଡିଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମ ଠାରେ ବିଦ୍ୟୁତ୍ ତାର ସମ୍ପର୍କରେ ଆସି ଯୁବକ ଗୁରୁତ୍ବ ହୋଇଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଆଜି ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଖଡିଆଳ ସିନାପାଲି ମୁଖ୍ୟ ସଡ଼କ କୁ ଡୁଆଝର ଗ୍ରାମ ଠାରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଡୁଆଝର ଗ୍ରାମର ଜଗଦା ମେହେର ଙ୍କ ପୁଅ ଯୁକ୍ତ ଦୁଇ ଅଧ୍ୟୟନ କରୁଛନ୍ତି।

ଗତ ୧୩ ତାରିଖ ଦିନ ନିଜ ଘର ଛାତ କୁ ଯାଇଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସମ୍ପର୍କ ରେ ଆସିଥିଲେ। ତାଙ୍କୁ ଗୁରୁତ୍ବ ଭାବରେ ଉଦ୍ଧାର କରିଥିବା ବେଳେ ଆହତ ଯୁବକ ଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ସହ ଘର ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ଘର ପାଖରୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇଲେ।ସମସ୍ତ ବୁଦ୍ଧିଜୀବୀ ସାମିଲ ହୋଇ ଦାବୀ ଜଣାଇଛନ୍ତି।

error: Content is protected !!