Saturday, March 7, 2026
Homeରାଜ୍ୟବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ।

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ।

ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସଭାପତି ଅରୁଣ ପାଣିଗ୍ରାହୀ ଉପସ୍ଥିତ ଥିଲେ l ଜ୍ଞାନ ବିଜ୍ଞାନ ମେଳାର ପ୍ରମୁଖ ସୌମ୍ୟଜିତ୍ ମିଶ୍ର ଉଦ୍ଦେଶ୍ୟ କଥନ ସହ ବିବରଣୀ ପଠନ କରିଥିଲେ l ବିଚାରକ ଭାବେ ଛେଲିଆ ପୋଢ଼, ସଂଗ୍ରାମ ଗଡ଼ତିଆ, ଦାମୋଦର ସାହୁ , ସୁଷମା ସୁନା ଏବଂ ଜିତେନ୍ଦ୍ରିୟ ୟାଦବ ଉପସ୍ଥିତ ଥିଲେ l

ଏହି ଉଦ୍ଘାଟନୀରେ ମୁଖ୍ୟ ଅତିଥି ନାୟକ ଆଜ୍ଞା ଉପସ୍ଥିତ ଥିଲେ ଏବଂ ସମାରୋପ ସମୟ ରେ ସୁନିଲ ପଣ୍ଡା ଆଜ୍ଞା ବିଜ୍ଞାନ ମେଳା ର ଉପରେ ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଏଥିରେ ମୋଟ ୨୦୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଶେଷରେ ସମ୍ପାଦକ ବୁଦ୍ଧଦେବ ପୁରୋହିତ ଆଜ୍ଞା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

error: Content is protected !!