Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ଅତାବିରା(ସୁରେନ୍ଦ୍ର କଠାର)-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଖୁଣ୍ଟୁଲିପାଲି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ଛନ୍ଦ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡୋଳାମଣୀ ସେଠ୍ ଓ ପ୍ରହଲ୍ଲାଦ ସେଠ୍ ଯୋଗଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ।ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଭାଗ୍ୟବତୀ କ୍ଷେତି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ବିଚାରକ ଭାବରେ ବାନିପାଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରା,ସହକାରୀ ନିତୁ ବାଗ, ଡ଼ାଳବ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜାତା କର୍ଣ୍ଣ,ବିଶ୍ୱଜିତ୍ ସାହୁ,ଅଶ୍ଵିନୀ ପଧାନ,ହରିବୋଲ ବିଶି ଯୋଗଦେଇଥିଲେ । ଏହି ମେଳାରେ ଉଭୟ ଗଣିତ ଓ ବିଜ୍ଞାନରେ ମୋଟ ୧୫୬ ଟି ପ୍ରକଳ୍ପ ଆସିଥିଲା ।ବିଜୟୀ ପ୍ରତିଯୋଗୀଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ବିଦ୍ୟାଳୟର ଗୁରୁଜୀ ନିରଞ୍ଜନ ପରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ ସଦସ୍ୟ,ଗୁରୁଜୀ,ଗୁରୁମା ଏବଂ ସେବକ ସେବିକାଙ୍କ ସହଯୋଗରେ କାର୍ଯକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

error: Content is protected !!