ପଦ୍ମପୁର-ପଦ୍ମପୁର ଉପଖଣ୍ଡ କନସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ କାରଣରୁ ବିଦ୍ୟାଳୟରେ ତାଲା ପକାଇ ଛାତ୍ରଛାତ୍ରୀ ତଥା ଅବିଭାବକ ମାନେ ବିଦ୍ୟାଳୟ ସାମନାରେ ଧାରଣା ଦେଉଥିବା ଦେଖିବାକୁ ମିଲିଛି ।
ମିଲିଥିବା ସୂଚନା ଅନୁସାରେ କନସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୮୭ ଜଣ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ପାଇଁ ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ହେଲେ ଦୁଇ ଜଣ ଶିକ୍ଷକ ୮୭ ପିଲାଙ୍କ ଶିକ୍ଷାଦାନ କଲା ବେଲକୁ ଅସୁବିଧା ହେଉଛି ।
ଜଣେ ଶିକ୍ଷକ ଅଫିସ କାମରେ ବାହରକୁ ଗଲେ ଅନ୍ୟଜଣେ ଶୀକ୍ଷକ ୮୭ ଜଣ ପିଲାଙ୍କୁ ପାଠ ପଢାଇବା କଷ୍ଠକର ହୋଇପଡୁଛି । ଏହି ସବୁ ଅସୁବିଧାର ସମାଧାନ ପାଇଁ ଆଜି ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ବିଦ୍ୟାଳୟକୁ ବନ୍ଦ କରି ଆନ୍ଦୋଳନ କରୁଛନ୍ତି ।