Saturday, April 19, 2025
spot_imgspot_imgspot_img
Homeରାଜନୀତିବିଜ୍ଞାପନ ସରକାର ର 5T ର ପ୍ରକୃତ ଅର୍ଥ ହେଉଛି ଠକୁଥୁଲୁ ଠକୁଛୁ ଠକୁଥୁବୁ ଠୋକର...

ବିଜ୍ଞାପନ ସରକାର ର 5T ର ପ୍ରକୃତ ଅର୍ଥ ହେଉଛି ଠକୁଥୁଲୁ ଠକୁଛୁ ଠକୁଥୁବୁ ଠୋକର ନ ମାରିବା ଯାଏଁ ଠକି ଚାଲିଥିବୁ – ପ୍ରମୋଦ ରଥ ।

ସମ୍ବଲପୁର – ରାଜ୍ୟ ରେ ଦୀର୍ଘ ବର୍ଷ କାଳ ଧରି ଶାସନ କ୍ଷମତା ରେ ରହିଲା ପରେ ରାଜ୍ୟ ରେ 5T ବ୍ୟବସ୍ଥା କରାଗଲା । ରାଜ୍ୟ ସରକାର 5T କୁ ନେଇ ଯେଉଁ ପରିଭାଷା ଉଲ୍ଲେଖ କରନ୍ତି ତାହା ଆଜି ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇ ସାରିଛି । ରାଜ୍ୟ ସରକାର ଙ୍କ ର ସମସ୍ତ ବିଭାଗ କାର୍ଯ୍ୟକଳାପ ଦେଖିଲେ 5T ର ପ୍ରକୃତ ଅର୍ଥ ଏବେ ଜଣା ପଡୁଛି । 5T ର ପ୍ରକୃତ ଅର୍ଥ ହେଉଛି ଠକୁଥୁଲୁ ଠକୁଛୁ ଠକୁଥୁବୁ ଠୋକର ନ ମାରିବା ଯାଏଁ ଠକି ଚାଲିଥିବୁ ।କାରଣ, ରାଜ୍ୟ ରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ । ସରକାର ଙ୍କ ର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ । ବିଜ୍ଞାପନ ସରକାର ର ସଫଳତା କେବଳ ସଭାସମିତି ଓ ଫାଇଲ ରେ ସୀମିତ ହୋଇ ରହିଛି ବୋଲି ଆଜି ସମ୍ବଲପୁର ରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀ ରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି ।


ଓଡିଶାର ପାନୀୟ ଜଳ ଯୋଗାଣ ପାଇଁ “ହର ଘର ମେଁ ନଲ ପେ ଜଲ” ଯୋଜନା ରେ କେନ୍ଦ୍ରର ମୋଦୀ ସରକାର ୧୦ ହଜାର କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ହେଲେ ବିଶୁଦ୍ଧ ପାନୀୟ ଜଳ ଯୋଗେଇଦେବାରେ ରାଜ୍ୟ ସରକାର ବିଫଳ । ଅପରିଷ୍କାର ପାଣି ପିଇ କେଉଁଠି ହଇଜା ତ ଆଉ କେଉଁଠି ଜଣ୍ଡିସ ରେ ଲୋକେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଛନ୍ତି । ଏବେ ସମ୍ବଲପୁର ରେ ପି.ଏଚ.ଡି ପାଣି ରେ ପୋକ ବାହାରିବା ଖବର ପ୍ରକାଶିତ ହେଲା ପରେ ଲୋକଙ୍କୁ ଭୟଭୀତ କରିଛି । ଏହା କଣ ୨୫ ବର୍ଷ ଶାସନ ର ରୂପାନ୍ତିକରଣ କି ବୋଲି ଡ଼. ରଥ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ ଅଭଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ ଜଳ ସ୍ରୋତ ର ସୁରକ୍ଷା ଓ ଶୌଚାଳୟ ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ନାଁ ରେ ଶୌଚାଳୟ ନିର୍ମାଣ ପାଇଁ ରେ ହଜାର ହଜାର କୋଟି ଟଙ୍କା ର ଅନୁଦାନ ଦେଇଛନ୍ତି । ବିଶେଷ କରି ପୁଷ୍କରଣୀ ଗୁଡିକର ପୁନଃରୁଦ୍ଧାର ଓ ନିକଟବର୍ତ୍ତୀ ଅଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ପୋଖରୀ ତୁଠ ରେ ସାଇନ ବୋର୍ଡ ଜରିଆରେ ଵିଜ୍ଞାପନ ଦେଉଛନ୍ତି । କିନ୍ତୁ, ପ୍ରକୃତ ସ୍ଥିତି ସେଠାରେ ଠିକ ଓଲଟା ରହିଛି । କେବଳ ଯୋଜନା ନାଁ ରେ ବିଜ୍ଞାପନ ଦେଇ ସରକାରୀ ଅର୍ଥ କୁ ଠିକାଦାର ପୋଷଣ ନୀତି ଅବଲମ୍ବନ କରି ରାଜ୍ୟ ରାଜକୋଷ କୁ ହରିଲୁଟ କରିବା ଛାଡା ଆଉ କୌଣସି କାମ ହେଉ ନାହିଁ ।


ସେହିଭଳି ସମ୍ବଲପୁର ରେ ଉଠା ଦୋକାନୀ ଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ତିଆରି ନ କରି ଗରିବ ଦୋକାନୀ ଙ୍କୁ ଉଠେଇବା ବହୁତ ନିନ୍ଦନୀୟ ଓ ଦୁର୍ଭାଗ୍ୟ ର କଥା । ଗରିବ ଉଠା ଦୋକାନୀ ମାନେ କିଛି ବ୍ୟବସାୟ କରି ଅଳ୍ପ ଅର୍ଥ ଆୟ କରି ପରିବାର ର ଭରଣପୋଷଣ କରୁଛନ୍ତି ।କୌଣସି ପ୍ରକାର ସ୍ଥାୟୀ ବ୍ୟବସ୍ଥା ନ କରି ଦୋକାନୀ ମାନଙ୍କୁ ତଡି ଦିଆଗଲେ ସେମାନେ ଚଳିବେ କେମିତି..? ସମ୍ବଲପୁର କୁ ମହାନଗର ନିଗମ ଘୋଷଣା କୁ ଦୀର୍ଘ ୧୧ ବର୍ଷ କାଳ ବିତିଗଲା ପରେ ମଧ୍ୟ୍ୟ ପୌର ନିର୍ବାଚନ ନ ହେବା ଦୁର୍ଭାଗ୍ୟ ର ବିଷୟ । ମହାନଗର ନିଗମ ଅଞ୍ଚଳ ରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ସାଧାରଣ ଲୋକେ ନିଜର ପୌର ସମସ୍ୟା ର ସମାଧାନ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ସହର ରେ ଯୁଆଡେ ଦେଖିଲେ ଅଳିଆ ଆବର୍ଜନା ର ପାହାଡ଼ ଦିଶୁଛି । ଦୀର୍ଷ ବର୍ଷ ଧରି ପ୍ରଶାସନିକ ବ୍ୟବସ୍ଥା ରେ ରହିଥିବା ସମ୍ବଲପୁର ମହାନଗର ନିଗମ ଦୁର୍ନୀତି ର ଗନ୍ତାଘର ସାଜିଛି ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଅଭଯୋଗ କରିଛନ୍ତି ।ଆଜିର ସାମ୍ବାଦିକ ସମ୍ବିଳନୀ ରେ ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବା୍ରେଲିଆ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!