Friday, November 22, 2024
spot_imgspot_imgspot_img
Homeରାଜନୀତିବିଜେପୁରରେ ରୀତା ସାହୁଙ୍କ ଉପରେ ପୁଣି ଭରସା କଲା ବିଜେଡି ।

ବିଜେପୁରରେ ରୀତା ସାହୁଙ୍କ ଉପରେ ପୁଣି ଭରସା କଲା ବିଜେଡି ।

ବରପାଲି- ଜଣେ ସାଧାରଣ ଗୃହିଣୀ ଭାବରେ ସ୍ବର୍ଗତ ଗଣ୍ଡାରାମ ସାହୁଙ୍କ ସାନ ବୋହୁ ତଥା ଦିବଂଗତ ବିଜେପୁର ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୂପେ ବରପାଲି ମାଟିରେ ଦିନେ ପାଦ ଦେଇଥିଲେ ରୀତା ସାହୁ। ସେ ନିଜେ କି ବରପାଲି ବାସୀ କେବେ ଭାବି ନଥିଲେ ଯେ ଦୁଇ ଥର ବିଜେପୁର ର ବିଧାୟକ ହୋଇ ଦିନେ ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ହେବେ ବୋଲି। ତାଙ୍କର ସ୍ବାମୀ ସ୍ବର୍ଗତ ସୁବଳ ସାହୁ ବିଜେପୁର ରେ ଲଗାତାର ଭାବରେ ବିଧାୟକ ହୋଇ ରେକର୍ଡ ସୃଷ୍ଟି କରିଥିଲେ କଂଗ୍ରେସ ଦଳରୁ। ସ୍ବାମୀଙ୍କ ମୃତ୍ୟୁ ପରେ ରୀତା ସାହୁ ବିଜେଡି ଦଳରେ ଯୋଗଦାନ କରି ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଦୁଇ ଦୁଇ ଥର ଉପ ନିର୍ବାଚନ ର ସାମନା କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ଭୋଟ ରେ ବିଜୟ ଲାଭ କରି ବିଜେପୁର ରେ ରେକର୍ଡ ମାର୍ଜିନ ଭୋଟ ହାସଲ କରିଥିଲେ। ତୃତୀୟ ଥର ପାଇଁ ତାଙ୍କ ଉପରେ ଭରସା କରି ତାଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରିଛି ବେଜଡି ଦଳ। ଏଥର କିନ୍ତୁ ଏକାକି ନିର୍ବାଚନ ମୈଦାନ କୁ ଓହ୍ଲାଇ ବାକୁ ପଡିବ। ତାଙ୍କର ସହ ସାକ୍ଷାତକାର ରେ ଚଳିତ ନିର୍ବାଚନ ତାଙ୍କ ପାଇଁ କେତେ ସଫଳତା ଆଣିବ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ବିଜେପୁର ବାସୀଙ୍କ ଠାରେ ସେ ଚିର କୃତଜ୍ଞ। ଅଞ୍ଚଳର ଲୋକଙ୍କ ସହ ସେ ସବୁବେଳେ ଅଛନ୍ତି, ଅଞ୍ଚଳର ବିଭିନ୍ନ ବିକାଶମୂଳକ କାମ, ଅଞ୍ଚଳ ବାସୀଙ୍କ ଭରସା ଓ ବିଜେଡି ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ କୁ ନେଇ ଏଥର ମୈଦାନ କୁ ଓହ୍ଲାଇବେ ଓ ବିଜେପୁର ବାସୀଙ୍କ ତାଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି, ବିଜେପୁର ବାସୀ ତାଙ୍କୁ ପୁଣି ଆଶୀର୍ବାଦ କରିବେ ବୋଲି ରୀତା ସାହୁ ପ୍ରକାଶ କରିଛନ୍ତି । କିନ୍ତୁ ବିଜେଡିର ଗୋଷ୍ଠୀ କନ୍ଦଳ, ମୈଦାନ ପ୍ରଥମ ଥର ପାଇଁ ରୀତା ସାହୁ ଏକାକୀ ଲଢିବା, ବିଜେପି ଓ କଂଗ୍ରେସ ର ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣ କେଉଁ ପ୍ରାର୍ଥୀଙ୍କ ଭରସା କରି ଆଶୀର୍ବାଦ କରିବେ ଆଗାମୀ ସମୟ କହିବ।

error: Content is protected !!