ପାଇକମାଲ– ପାଇକମାଲ ନିକଟସ୍ଥ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାଦ ଦେଶରେ ସର୍ବଭାରତୀୟ ବିଂଝାଲ ସମାଜର ବିନ୍ଦ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବିନ୍ଧ୍ୟବାସିନୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଜବାହାର ଲାଲସିଂ ବରିହାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମାଜର ବୟସ୍କ ବ୍ୟକ୍ତି ମାନଙ୍କୁ ଉପଢ଼ୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା । ଜଗବନ୍ଧୁ ବରିହl, ପ୍ରତାପ ସିଂ ମହାଳିଙ୍ଗ, ନାରଦ ବରିହା, ଏଇତ ରାମ ବରିହା, ଯୁଧିଷ୍ଠିର ବରିହାଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଂଝାଲ ସମାଜର ଗୀତ ପରିବେଶଣ କରାଯାଇଥିଲା ।

ମୁଖ୍ୟ ଅତିଥି ଲାଟସଭାପତି ହୃଷିକେଶ ବରିହା, ସମ୍ମାନିତ ଅତିଥି ରଂଜିତ ସିଂ ବରିହା,ଭୋଜରାଜ ସିଂ ବରିହା ଓ ମୁଖ୍ୟବକ୍ତା ଆଶାରାମ ବରିହା ପ୍ରମୁଖ ଯୋଗଦେଇ ଥିଲେ । ଦେବରାଜ ବରିହା ସଭା ପରିଚାଳନା କରିଥିଲେ । ଝାରବନ୍ଧ, ପାଇକମାଳ, ପଦ୍ମପୁର, ନୂଆପଡା ବ୍ଲକ ସଭାପତି ମାନେ ଯୋଗଦେଇ ଥିଲେ । କରୁଣାକର ବରିହା, ପ୍ରେମାନନ୍ଦ ବରିହା, କଳ୍ପନା ବରିହା, ଚଞ୍ଚଳl ବରିହା, ଶୁକରୁବାରୀ ବରିହା, ରେବତୀ ଏଣ୍ଡଯା, ଦିଲୀପ ବରିହା, ତୁଲାରାମ ଲୁହାର, ତୁଳସୀରାମ ବାରିହା, ଗୁରୁଦେବ, ପିଙ୍କି ନେଗୀ, ଦୁବରାଜ ବରିହା, ନନ୍ଦଲାଲ ବରିହା, ଘନଶ୍ୟମ ବରିହା, ଜଳେଶ୍ୱରୀ ବରିହା, ଗୋପାଳ ବରିହା ପ୍ରମୁଖ ବହୁ ସଂଖ୍ୟାରେ ବିଂଝାଲ ସମାଜର ମହିଳା ପୁରୁଷ ଯୋଗଦେଇ ଥିଲେ l



