Saturday, November 23, 2024
spot_imgspot_imgspot_img
Homeରାଜ୍ୟବାଣ ଫଟକାରେ ହିନ୍ଦୁ ଦେବାଦେବୀ ଫଟୋ ଚିତ୍ରକୁ ବିରୋଧ: ଅତାବିରା ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ...

ବାଣ ଫଟକାରେ ହିନ୍ଦୁ ଦେବାଦେବୀ ଫଟୋ ଚିତ୍ରକୁ ବିରୋଧ: ଅତାବିରା ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ ।

ଅତାବିରା(ସୁରେନ୍ଦ୍ର କଠାର)-ବିଶ୍ବ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡର ସଦସ୍ୟମାନେ ଅତାବିରା ଥାନା ଅଧିକାରୀକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ଦୀପାବଳୀରେ ଅତାବିରା ବ୍ଲକ ଅଂଚଳରେ ହିନ୍ଦୁ ଦେବାଦେବୀକଂ ଫଟୋ ଚିତ୍ର ଲାଗିଥିବା ବାଣ ଫଟକା ବିକ୍ରି ଉପରେ ରୋକ ଲଗାଯାଉ । ଏହା ହିନ୍ଦୁ ଧର୍ମପ୍ରତି କୁଠାରଘାତ କରିବା ସହିତ ଭାରତୀୟ ସମ୍ବିଧାନ ୨୯୫ ଏ ଆଇନର ମଧ୍ୟ ଖୁଲମଖୁଲା ଉଲଂଘନ ହେଉଛି |

ଦେବାଦେବୀଙ୍କ ଫଟୋ ଚିତ୍ର ଲାଗିଥିବା ବାଣ ଫଟକା ବିକ୍ରି କଲେ ଉକ୍ତ ବିକ୍ରେତା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି । ଦାବିପତ୍ର ଦେବା ସମୟରେ ବିଶ୍ବ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡର ସଭାପତି ମନୀଷ ଶର୍ମା,ଅଶ୍ବିନୀ ମେହେର,ଅଜୟ କୁମାର ମହାପାତ୍ର,ଛନ୍ଦା ଚରଣ ମହାପାତ୍ର,ମାନସରଂଜନ ସାହୁ,ବିଶ୍ବଜିତ ଭୋଇ,ଭରତ ସେଟ ପ୍ରମୁଖ ଉପସ୍ତିତ ଥିଲେ ।

error: Content is protected !!