Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବାଟ କଢୁଆଲର ବାର୍ଷିକୋତ୍ସବ ଅନୁଷ୍ଠିତ ।

ବାଟ କଢୁଆଲର ବାର୍ଷିକୋତ୍ସବ ଅନୁଷ୍ଠିତ ।

ଭାଷା ସ୍ଵିକୃତୀ ଓ ରାଜ୍ୟର ଦ୍ଵିତୀୟ ଭାଷା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ।

ପଦ୍ମପୁର-ପଶ୍ଚିମ ଓଡିଶା ସାଧାରଣ ଜନତାଙ୍କ ଭାବାବେଗ ସହିତ ଜଡିତ ଥିବା ସମ୍ବୃଦ୍ଧ ସମ୍ବଲପୁରୀ କୋଶଲି ଭାଷା ସ୍ଵିକୃତି ପାଇଁ ଏବଂ ରାଜ୍ୟର ଦ୍ବିତୀୟ ଭାଷା ପାଇଁ ସରକାର ତତ୍ପରତା ପ୍ରକାଶ କରନ୍ତୁ ବୋଲି ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁବୁଡ଼ା ଗ୍ରାମରେ ଅନୁଷ୍ଠିତ ବାଟ କଢୁଆଲର ବାର୍ଷିକୋତ୍ସବରେ ମତ ପ୍ରକାଶ ପାଇଛି। ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ନୂଆପଡ଼ା, କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ କବି, ଲେଖକ, ସାହିତ୍ୟିକ, ସାହିତ୍ୟପ୍ରେମୀ ମାନେ ଯୋଗଦାନ କରି ରବିବାର ଦିନବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

ଯୁବ ସାହିତ୍ୟିକ ସୁରେନ୍ଦ୍ର ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସୁବର୍ଣ୍ଣପୁର ସିନେ ପ୍ରାୟୋଜିକା ମୀନା ମହାରଣା, ସ୍ତମ୍ଭକାର ତଥା ଶିକ୍ଷାବିଦ୍ ସୁଶାନ୍ତ ମିଶ୍ର, ବରଗଡ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମିଶ୍ର, କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ପରମାନନ୍ଦ ମିଶ୍ର, ବରଗଡର ଆଇନଜୀବୀ ବିମଳ କୁମାର ଦାଶ,କବି ବିନୋଦ ବୈକାର ପ୍ରମୁଖ ଅତିଥିବୃନ୍ଦ ଓ ଭାଷା ଗବେଷକ ଉତ୍ପନ୍ନ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଏହି ସମାରୋକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ମୁଖପତ୍ର “ବାଟ୍ କଢୁଆଲ୍” ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

ସମାଜ ସେବୀ ଚନ୍ଦନ ବଂଶଲ, ସାହିତ୍ୟିକ ଅମୃତଲାଲ ସାହୁ, ଯୁବ କବି ପବିତ୍ର ସାହୁ, ଧର୍ମେନ୍ଦ୍ର ପଧାନ ଙ୍କ ସମେତ କବି ଲେଖକ ଏବଂ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ନାରାୟଣ ଭୋଇ ଓ କବୟିତ୍ରୀ ସଂଙ୍ଗୀତା ଦୀପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌଲାସ୍ତ୍ୟ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ ପ୍ରବୀଣ ଓ ତରୁଣ କବି କବିତା ପାଠ କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା – ଚନ୍ଦନ ସାହୁ,ଜଗନ୍ନାଥ ମେହେର,ସନ୍ତୋଷିନୀ ନାଗ,ରୋଜ୍ ପ୍ରଧାନ୍,ଲିପସା ବାରିକ,ମଞ୍ଜୁଳତା ସାହୁ,ଜୀବନମଣି ମେହେର ତଥା ଗ୍ରାମବାସୀଙ୍କ ସହଯୋଗରେ ସଫଳତାର ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା

error: Content is protected !!