Saturday, March 7, 2026
Homeରାଜ୍ୟବାଜେନମୁଣ୍ଡାର ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବିଜେପି ନେତୃ ମଣ୍ଡଳୀ ।

ବାଜେନମୁଣ୍ଡାର ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବିଜେପି ନେତୃ ମଣ୍ଡଳୀ ।

ପଦ୍ମପୁର- ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗ ଙ୍କୁ ଭେଟିଲେ ବିଜେପି ନେତୃ ମଣ୍ଡଳୀ। ସୂଚନା ଅନୁସାରେ ଗତ ୩୦ ତାରିଖ ରାତିରେ ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଦୁର୍ଘଟଣାରେ ବୁଡେନ ଥାନା ବାଜେନମୁଣ୍ଡାର ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ମୃତକଙ୍କ ପରିବାର ଲୋକଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ପରିବାର ଲୋକଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ସହ ଆତ୍ମାର ସହଗତି ପାଇଁ ପ୍ରାର୍ଥନା କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟ ମାନଙ୍କ ମଧ୍ଯରେ ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲ, ଲଖମରା ମଣ୍ଡଳ ସଭାପତି ଟୁନା ଡନସନା, ଦହିତା ମଣ୍ଡଳ ସଭାପତି ଜନକ ସାହୁ,ନାରାୟଣ ପୁରୋହିତ, ନିରୋଜ ଦାସ,ପ୍ରମୋଦ ମେହେର, ସୁଧାଂଶୁ ପଟେଲ, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!