Saturday, March 7, 2026
HomeUncategorizedବାଜେନମୁଣ୍ଡାରେ ବୃକ୍ଷ ରୋପଣ ଅଭିଯାନ ।

ବାଜେନମୁଣ୍ଡାରେ ବୃକ୍ଷ ରୋପଣ ଅଭିଯାନ ।

ପଦ୍ମପୁର-କେ.ଆର୍.ପି.ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡର ହିନ୍ଦୀ ଶିକ୍ଷକ ପ୍ରସନ୍ନ କୁମାର ମେହେର ଗଛ ଲଗାଅ ଜୀବନ ବଞ୍ଚାଅ ଅଭିଯାନ ନେଇଁ ଜୋର ସୋରରେ ଲାଗିପଡିଛନ୍ତି। ଆଜି ବିଦ୍ୟାଳୟ ପରିସର ମଧ୍ୟରେ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧଦେବ ବଡଗୁଛିଆଙ୍କ ଜନ୍ମଦିନ ଉତ୍ସବରେ ଗୋଟିଏ ଚାରା ଗଛ ଉପହାର ଦେଇଛନ୍ତି ।

ସେହିପରି ଦଶମ ଶ୍ରେଣୀର ହଷ୍ଟେଲ ଛାତ୍ରୀ ମାନେ ସୁନ୍ଦର ଗିଫ୍ଟ ସହିତ ଏକ ଚାରା ଗଛ ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତି ର ଜନ୍ମ ଦିନ ବୋଲି ଜାଣିଲେ ପ୍ରସନ୍ନ କୁମାର ମେହେର ତା ପାଖକୁ ଯାଇ ଗୋଟିଏ ଚାରା ଗଛ ଉପହାର ସ୍ୱରୂପ ପ୍ରଦାନ କରିଚାଲିଛନ୍ତି । ପ୍ରତ୍ୟେକ ଲୋକଙ୍କୁ ଅତି କମରେ ଗୋଟିଏ ଚାରା ଗଛ ଲଗାଇବା ପାଇଁ ଅନୁରୋଧ କରୁଛନ୍ତି।

error: Content is protected !!