ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ଥାନା ଗୋଡଭଗା ଅଂଚଳରେ ଥିବା ବାଙ୍ଗଲାଦେଶୀ ରୋହିଙ୍ଗିଆ ମୁସଲମାନ ଅନୁପ୍ରବେଶକାରୀ ଚିହ୍ନଟ କରି ବିଦାୟ କରିବା ପାଇଁ ଗୋଡଭଗା ଅଂଚଳବାସୀ ତରଫରୁ ଅତାବିରା ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | । ଗତ କିଛିଦିନ ହେଲା ବାଙ୍ଗଲାଦେଶ ର ମୁସଲମାନ ସଂପ୍ରଦାୟର ବ୍ୟକ୍ତି ମାନଙ୍କଦ୍ଵାରା ହିନ୍ଦୁମାନଙ୍କ ଉପରେ ବର୍ବରତା ଅତ୍ୟାଚାର, ବଲତ୍କାର, ହତ୍ୟା ତଥା ମଠ ମନ୍ଦୀର ଭଙ୍ଗାରୁଚା ଓ ଲୁଟପାଟ କରୁଛନ୍ତି ତେଣୁ ବାଙ୍ଗଲାଦେଶ, ରୋହିଙ୍ଗିଆମୁସଲମାନ୍ ଅନୁପ୍ରବେଶ କାରୀ ମାନଙ୍କୁ ଚିହ୍ନଟ କରି ଅଞ୍ଚଳରୁ ବିଦାୟ କରି ଆମ ଅଞ୍ଚଳରୁ ବିତାଡିତ କରାଯାଉ ।ଯଦି ତତ୍କ୍ଷଣାତ ଏହାର ପଦକ୍ଷେପ ନନେଲେ ଆଗାମି ଦିନରେ ଏମାନଙ୍କ ଦ୍ବାରା ବାଙ୍ଗଲାଦେଶ ପରି ଏକଭୟଙ୍କର ବିପଦ ମାଡିବାର ସମ୍ଭାବନା ରହିଛି ଏଣୁକରି ଏହାର ତୁରନ୍ତ ବିହିତ ପଦଖେପ ନିଆଯାଉ || ଦାବିପତ୍ର ଦେବା ସମୟରେ ଗୋଡଭଗା ବିଶ୍ବ ହିନ୍ଦୁ ପରିଷଦ ବଜରଂଗ ଦଳର ସୁଧିର ବାରିକ,ନିତ୍ୟାନନ୍ଦ ନାୟକ,ସରୋଜ ମହାରଣା,ପ୍ରେମରାଜ ଛନ୍ଦ,ସହଦେବ ରାଉତ,ପିଣ୍ଟୁ ମହାରଣା,ଗଂଗା ଛୁରିଆ, ସୀତୁ,ବାଲକିଶୋର ଏବଂ ଅନେକ ବଜରଂଗୀ ଭାଇ ପ୍ରମୁଖ ଉପସ୍ତିତ ଥିଲେ |