
ପଦ୍ମପୁର-ବାଙ୍ଗଲାଦେଶରେ ବିଗତ ଦିନରେ ଦେଖା ଦେଇଥିବା ହିଂସା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହେଉଛି। ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସ ଓ ପରବର୍ତ୍ତୀ ସମୟରେ ଅମୃତ ମଣ୍ଡଳଙ୍କ ହତ୍ୟା ସମସ୍ତଙ୍କୁ ଭୟଭୀତ କରିଛି। ବିଶେଷତଃ ଭାରତର ହିନ୍ଦୁମାନଙ୍କ ପ୍ରତି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା ଏହି ସରକାର ହିନ୍ଦୁମାନଙ୍କ ହତ୍ୟା ଓ ଅନ୍ୟାନ୍ୟ ଅତ୍ୟାଚାରକୁ ଆହୁରି ପ୍ରଶ୍ରୟ ଦେଉଛି। ଏହା ବ୍ୟତୀତ କ୍ରମାଗତ ଭାବରେ ବାଙ୍ଗଲାଦେଶୀ ଓ ରୋହିଙ୍ଗିଆ ମାନଙ୍କ ଅନୁପ୍ରବେଶ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ସେମାନେ ଭାରତରେ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ଛଡ଼ାଇ ନେଉଥିବା ସହ ରାତିରେ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି।

ଏହା ସହ ଭାରତରେ ଦେଖାଯାଉଥିବା ଧର୍ମାନ୍ତରୀକରଣରେ ମଧ୍ୟ ସେହିମାନେ ଲିପ୍ତ ରହୁଛନ୍ତି। ପଦ୍ମପୁର ସହରରେ ବିଗତ ୫ ରୁ ୭ ବର୍ଷରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଚାଲିଛି। ଏ ସବୁର ପ୍ରତିବାଦରେ ମଙ୍ଗଳବାର ଦିନ ପଦ୍ମପୁରରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ରାଜାଜି ଟାଉନ ହଲ ଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଭେଉଁରିଆ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପଦ୍ମପୁରରେ ବାଂଲାଦେଶୀ ମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ତାଗିଦ କରିବା ସହ ଆଗାମୀ ସମୟରେ ପଦ୍ମପୁରରେ ତାଙ୍କ ପ୍ରବେଶକୁ ବାରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶହ ଶହ ସଂଖ୍ୟାରେ ପଦ୍ମପୁରର ଜନସାଧାରଣ ଏବଂ ଅନେକ ଅନୁଷ୍ଠାନ, ସଙ୍ଗଠନ, କ୍ଲବ ତଥା ବିବିଧ ସମାଜର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଆଗାମୀ ସମୟରେ ପଦ୍ମପୁରରେ ବାଂଲାଦେଶୀ ମାନଙ୍କ ଠାରୁ ପଦ୍ମପୁରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଂକଳ୍ପ କରିଥିଲେ।

ପରିଶେଷରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ଓ ପାକିସ୍ତାନର ସେନାଧ୍ୟକ୍ଷ ଆସିଫ ମୁନିର ଉଭୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ସେମାନେ ଭାରତରେ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ଛଡ଼ାଇ ନେଉଥିବା ସହ ରାତିରେ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି। ଏହା ସହ ଭାରତରେ ଦେଖାଯାଉଥିବା ଧର୍ମାନ୍ତରୀକରଣରେ ମଧ୍ୟ ସେହିମାନେ ଲିପ୍ତ ରହୁଛନ୍ତି। ପଦ୍ମପୁର ସହରରେ ବିଗତ ୫ ରୁ ୭ ବର୍ଷରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଚାଲିଛି। ଏ ସବୁର ପ୍ରତିବାଦରେ ମଙ୍ଗଳବାର ଦିନ ପଦ୍ମପୁରରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ରାଜାଜି ଟାଉନ ହଲ ଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଭେଉଁରିଆ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପଦ୍ମପୁରରେ ବାଂଲାଦେଶୀ ମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ତାଗିଦ କରିବା ସହ ଆଗାମୀ ସମୟରେ ପଦ୍ମପୁରରେ ତାଙ୍କ ପ୍ରବେଶକୁ ବାରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶହ ଶହ ସଂଖ୍ୟାରେ ପଦ୍ମପୁରର ଜନସାଧାରଣ ଏବଂ ଅନେକ ଅନୁଷ୍ଠାନ, ସଙ୍ଗଠନ, କ୍ଲବ ତଥା ବିବିଧ ସମାଜର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଆଗାମୀ ସମୟରେ ପଦ୍ମପୁରରେ ବାଂଲାଦେଶୀ ମାନଙ୍କ ଠାରୁ ପଦ୍ମପୁରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଂକଳ୍ପ କରିଥିଲେ। ପରିଶେଷରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ଓ ପାକିସ୍ତାନର ସେନାଧ୍ୟକ୍ଷ ଆସିଫ ମୁନିର ଉଭୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।


