Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବାଘମ୍ବରୀ ରୂପରେ ମାଁ ସମଲେଶ୍ବରୀ ଓ ସ୍କନ୍ଦମାତା ବରଦା ଦୁର୍ଗାଙ୍କ ପୂଜାର୍ଚ୍ଚନା ।

ବାଘମ୍ବରୀ ରୂପରେ ମାଁ ସମଲେଶ୍ବରୀ ଓ ସ୍କନ୍ଦମାତା ବରଦା ଦୁର୍ଗାଙ୍କ ପୂଜାର୍ଚ୍ଚନା ।

ବରପାଲି-ବରପାଲି ଅଞ୍ଚଳର ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଓ ଦେବୀ ବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜନର ପଞ୍ଚମ ଶକ୍ତୀ ରୂପରେ ସୋମବାର ପୂଜକ ମାନଙ୍କ ଦ୍ବାରା ନିତିକାନ୍ତି ପାଳନ ସହ ପୂଜନ କାର୍ଯ୍ଯ ଆଗେଇଚାଲିଛି। ମାଁ ସମଲେଶ୍ବରୀଙ୍କୁ ଆଜି ପଞ୍ଚମୀ ତିଥିରେ ବାଘମ୍ବରୀ ରୂପରେ ପୂଜକ ମାନଙ୍କ ଦ୍ବାରା ପୂଜା କରାଯାଇଥିଲା।

ସେହିପରି ମାଁବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜନର ପଞ୍ଚମୀ ଶକ୍ତୀ ସ୍କନ୍ଦମାତା ରୁପରେ ପଣ୍ତିତ ମାନଙ୍କ ଦ୍ବାରା ଭିନ୍ନଭିନ୍ନ ପାଳନିୟ ପ୍ରଥା ଅନୁଶାରେ ଉପାସନା ମାନ ହୋଇଥିଲା। ମାଁଙ୍କ ଏହି ଦୁଲ୍ଲଭ ରୂପ ଦର୍ଶନାର୍ଥେ ଭକ୍ତ ମାନଙ୍କ ଭିଡ ଦିନ ତମାମ ଲାଗିରହିଥିଲା।

କାର୍ଯ୍ଯକ୍ରମ ପରିଚାଳନାରେ କମିଟି କର୍ମକର୍ତ୍ତା ଓ ମୂଖ୍ଯପୂଜକ ସୁବଳ ମିଶ୍ରଙ୍କ ସମେତ ପଣ୍ଡିତ ସଦାନନ୍ଦ ଦାଶ, ଗୋପାଳ ମିଶ୍ର,ତିଳକ ମିଶ୍ରଙ୍କ ସହାୟତାରେ ଆଗେଇଥିଲା। ସେହିପରି ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ମୁଖ୍ୟପୂଜକ ଅନନ୍ତ ରାୟ,ବିଦ୍ୟା ରାୟ, ରାଜୁ ରାଏ ପ୍ରମୁଖଙ୍କ ସହାୟତାରେ ବିଧି ବିଧାନ ମଧ୍ଯରେ ପୂଜା କାର୍ଯ୍ୟକ୍ରମ ପାଳିତ ହୋଇଥିଲା।

error: Content is protected !!