ବରପାଲି‐ବରଗଡ ବରପାଲି ୨୬ନମ୍ବର ଜାତିୟ ରାଜପଥରେ ଗତ ରାତ୍ର ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇ ଓଲଟି ପଡିଛି। ଦୁର୍ଘଟଣାର ପ୍ରକୃତ ତଥ୍ଯ ସ୍ବଷ୍ଟ ଭାବେ ଜଣା ପଡିନଥିଲେ ମଧ୍ଯ ଘଟଣାରେ ୧୯ ଜଣ ଆହାତ ହେଇଥିବା ଜଣାପଡିଥିଲା। ସୂଚନାନୁଯାୟୀ ସମ୍ବଲପୁରରୁ ବୁଲବୁଲ ନାମକ ବସ ସୂନାବେଡା ଅଭିମୂଖେ ଯାଉଥିବା ବେଳେ ବରପାଲି ସିମାନ୍ତ ଅଞ୍ଜଳ କୁଶନପୁରୀ ବାଲିଯୁରୀ ମଧ୍ଯସ୍ଥଳରେ ଡିଭାଇଡରରେ ବାଡେଇ ହୋଇ ଓଲଟି ପଡ଼ିଥିଲା।
ଘଟଣାରେ ୧୯ଜଣ ଆହାତ ହେଇଥିବା ବେଳେ ଦୁଇ ଜଣ ସଙ୍କଟାପର୍ଣ୍ଣ ଅବସ୍ଥାରେ ବୁର୍ଲ୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲେ। ସମସ୍ତ ଆହାତ ଯାତ୍ରୀ ମାନଙ୍କୁ ପ୍ରଥମେ ବରଗଡ଼ ଜିଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବସର ନମ୍ବର ଓଡ଼ି ୦୩ ଏଫ ୮୬୫୫ ହୋଇଥିବା ଛୋଟ ଛୋଟ ଛୁଆଠୁ ନେଇ ବୟଷ୍କ ମହିଳା ଯାତ୍ରୀ ମାନେ ଯାତ୍ରା କରୁଥିଲେ। ଖବରପାଇ ବରପାଲି ଓ ବରଗଡ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଜି ଆହାତ ମାନଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।