Saturday, March 7, 2026
Homeଅଘଟଣବରିଷ୍ଠ ସାମ୍ବାଦିକ ଅଭୟ ବାବୁଙ୍କ ପତ୍ନୀ ବିୟୋଗ ।

ବରିଷ୍ଠ ସାମ୍ବାଦିକ ଅଭୟ ବାବୁଙ୍କ ପତ୍ନୀ ବିୟୋଗ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)- ବୁଗୁଡ଼ା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀଙ୍କ ୬୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଡିସେମ୍ବର ୩୦ ତାରିଖ ସକାଳେ ସେ ହୃଦଘାତର ଶିକାର ହୋଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ନିଜର ଲକ୍ଷ୍ମୀପୁର ଗ୍ରାମକୁ ଅଣାଯାଇଥିବା ବେଳେ ସେଠାରେ ଗ୍ରାମବାସୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।ପୁରୀ ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ସେ ଜଣେ ଧର୍ମପରାୟଣ,ମେଳାପି ଓ ପରୋପକାରୀ ମହିଳା ଥିଲେ।ସ୍ବର୍ଗତା ଭେଜ୍ଞାଲତାଙ୍କ ଦେହାନ୍ତରେ ସ୍ଥାନୀୟ ପ୍ରେସ କ୍ଲବ୍ ପକ୍ଷରୁ ମଧ୍ୟ ଶୋକ ପ୍ରକଟ ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି।

error: Content is protected !!