Saturday, March 7, 2026
Homeଅଘଟଣବରିଷ୍ଠ ସଂଗିତକାର ପ୍ରଧ୍ଯାପକ ବିଦ୍ଯାଧର ଚିନ୍ଦ୍ରାଙ୍କ ବିୟୋଗ ।

ବରିଷ୍ଠ ସଂଗିତକାର ପ୍ରଧ୍ଯାପକ ବିଦ୍ଯାଧର ଚିନ୍ଦ୍ରାଙ୍କ ବିୟୋଗ ।

ବରପାଲି-ବରପାଲି ମହାବିଦ୍ଯାଳୟ ଅବସରପ୍ରାପ୍ତ ପ୍ରଧ୍ଯାପକ ବିଦ୍ଯାଧର ଚିନ୍ଦ୍ରାଙ୍କ ସ୍ବାସ୍ଥ୍ଯଜନିତ କାରଣରୁ ଦେହାନ୍ତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଖବରଟି ଜଣାପଡିଲା ପରେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଶାରୀରିକ ଅସୁସ୍ଥତା ଯୋଗୁଁ କିଛି ଦିନ ହେବ କଟକ ଏସସିବି ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସେବାକାର୍ଯ୍ଯ ଚାଲିଥିବା ବେଳେ ଗତ ରାତ୍ର ସମୟରେ ତାଙ୍କର ବିୟୋଗ ଘଟିଥିଲା।

ବିଦ୍ୟାଧର ସାର ପୁର୍ବରୁ ନଅଗାଁ ମହାବିଦ୍ଯାଳୟର ଅଧ୍ଯକ୍ଷ ଭାବରେ କାର୍ଯ୍ଯ କରିଥିବା ବେଳେ ସଂଗିତକାର ସହ କଣ୍ଠଶିଳ୍ପ ଭାବରେ ଅଞ୍ଚଳରେ ତାଙ୍କର ଅନ୍ଯ ଏକ ସ୍ବତନ୍ର୍ତତା ରହିଥିଲା। ସାଂସ୍କୃତିକ,ଆଧ୍ଯାତ୍ମିକ,ସମାଜସେବା କ୍ଷେତ୍ର ମାନଙ୍କରେ କାର୍ଯ୍ଯରତ ବହୁ ଅନୁଷ୍ଠାନ ମାନଙ୍କରେ ସାମିଲ ରହି ସେବାକାର୍ଯ୍ଯରେ ଲିପ୍ତ ରହୁଥିଲେ। ବିଦ୍ଯାବାବୁ ଜଣେ ଅତ୍ଯନ୍ତ ଶାନ୍ତ ସୌମ୍ଯ ଓ ଖୁସ ମିଜାସ ସରଳ ଭାବର ଜଣେ ଜ୍ଞାନର ଧରୋହର ଶ୍ରେଣିର ଲୋକ ରହିଥିଲେ। ତାଙ୍କର ମୃତ୍ଯରେ ଅଞ୍ଛଳର ବୁଦ୍ଧିଜିବୀ ମାନଙ୍କ ସମେତ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନ, ସାମ୍ବାଦିକ ତଥା ଜନପ୍ରତିନିଧି ମାନେ ଗଭିର ଶୋକ ପ୍ରକଟ କରିଛନ୍ତି।

error: Content is protected !!