
ପଦ୍ମପୁର– ଆଗକୁ ଗ୍ରୀଷ୍ମ ଋତୁ , ପଦ୍ମପୁର ଅଞ୍ଚଳରେ ପାଣି ର ସମସ୍ୟା ଦେଖାଦେଇଥାଏ । ରାଜବୋଡାସମ୍ବର ବ୍ଲକ ବରିକେଲ ଗାଁ ରେ ପିଇବା ପାଣିର ସମସ୍ୟା ରହିଥିବା ଖବର ସାମନାକୁ ଆସିଥାଏ । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଦୁଇ ଗୋଟି ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ପାଣି ଟାଙ୍କି ଗୁଡିକ ନିମ୍ନମାନର କାମ ହୋଇଥିବା ଯୋଗୁଁ ଲୋକ ମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।

ପାଣି ଟାଙ୍କିରୁ ପାଣି ଲୋକଙ୍କ ପାଖକୁ ଆସିବା ପାଇଁ ବିଛା ଯାଇଥିବା ପାଇପ ଗୁଡିକ ନିମ୍ନମାନର ହୋଇଥିବା କାରଣରୁ ପାଇପ ଗୁଡିକ ଫାଟି ରାସ୍ତାରେ ପାଣି ବୋହୁଛି ଏହା ସହ ଅନେକ ଜାଗାରେ ଟ୍ୟାପ ଲଗାଇ ନଥିବାରୁ ମଧ୍ୟ ପାଣି ନଷ୍ଟ ହେଉଛି । ଅନ୍ୟପଟେ ପାଇପ ବିଛାଇବା ପରେ ଠିକାସଂସ୍ଥା କଂକ୍ରିଟ କରିବା କଥା ହେଲେ ସେ କଂକ୍ରିକ ମଧ କରିନାହିଁ । ଏ ବିଷୟରେ ପଦ୍ମପୁର ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସ ସୁଫଲ ମିଲୁ ନ ଥିବା ଅଭିଯୋଗ ନେଇ ବରିକେଲ ଗ୍ରାମବାସୀ ମାନେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।



