Saturday, March 7, 2026
Homeରାଜ୍ୟବରପାଲି ଶିଶୁ ବିଦ୍ଯାମନ୍ଦିର ବାର୍ଷିକ କ୍ରିଡାତ୍ସବ ।

ବରପାଲି ଶିଶୁ ବିଦ୍ଯାମନ୍ଦିର ବାର୍ଷିକ କ୍ରିଡାତ୍ସବ ।

ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ସ୍ଥାନିୟ ହାଇସ୍କୁଲ ଖେଳପଡିଆରେ ପ୍ରତିଯୋଗିତା ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କ୍ରିଡାବିତ୍ତ ଗଜେନ୍ଦ୍ର ମେହେରଙ୍କ ଦ୍ବାରା ଉଦଘାଟିତ ହୋଇଥିଲା।

ସେହିପରି ଉଦଯାପନୀ ଦିବସରେ ଅବସର ପ୍ରାପ୍ତ ଅଧ୍ୟାପକ ଅଶ୍ୱିନୀ ଦାଶ ମୂଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବର ପରିସମାପ୍ତି ଘୋଷଣା କରିଥିଲେ। ପ୍ରତିଯୋଗିତାରେ ବିଦ୍ୟାଳୟର ୮୦୦ ରୁ ଉର୍ଦ୍ଧ୍ବ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ।

କ୍ରୀଡା ଉତ୍ସବରେ ପରିଚାଳନା କମିଟି ସଭାପତି ଯଦୁମଣି ବିଶି, ଶୈକ୍ଷିକ କମିଟି ସଦସ୍ୟ ଲକ୍ଷ୍ମଣ ପଧାନ, ଶୈକ୍ଷିକ କମିଟି ସଦସ୍ୟ ଅରୁଣ ପଣ୍ଡା,ସମ୍ପାଦକ ରାଜେଶ ରାୟଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ। ଶିଶୁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ଯ ନିରଞ୍ଜନ ହୋତା ସ୍ବାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ଯ ଧର୍ମେନ୍ଦ୍ର ପୁଜାରୀଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

error: Content is protected !!