Saturday, March 7, 2026
Homeରାଜ୍ୟବରପାଲି ରଥଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ।

ବରପାଲି ରଥଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ଜଗନ୍ନାଥ ଟ୍ରଷ୍ଚ ପକ୍ଷରୁ ଚଳିତ ବର୍ଷ ରଥଯାତ୍ରା ମହୋତ୍ସବ ପ୍ରସ୍ତୁତି ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଟ୍ରଷ୍ଟ ସଭାପତି ଜମିଦାର ଲାଲ୍ ବିକ୍ରମ ସିଂ ଦେଓଙ୍କ ସଭାପତିତ୍ବରେ ଜଗନ୍ନାଥ ମନ୍ଦିର ପରିସରରେ ବୈଠକ ପରିଚାଳିତ ହୋଇଥିଲା। ଜଗନ୍ନାଥ ମନ୍ଦିର ମୁଖ୍ଯ ପୂଜକ ରାଜେନ୍ଦ୍ର ପୁଝାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସ୍ବାଗତ ଜଣାଇଥିଲେ । ପୂଜକ ବାଳକୃଷ୍ଣ ପୂଝାରୀ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସ୍ଥାନିୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଚତୁର୍ଦ୍ଧା ମହାପ୍ରଭୁ ମାନଙ୍କ ମାଉସୀମାଁ ମନ୍ଦିର ଅସ୍ଥାୟୀ ଭାବରେ ଗୃହିତ ହୋଇଥିଲା। ପୁର୍ବ ପରମ୍ପରା ଅନୁଯାୟୀ, ପାରମ୍ପରିକ ରିତିନୀତି ପାଳନ ଅନୁସାରେ ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ପହଣ୍ତି ବିଜେ ଉତ୍ସବ ପାଳନ ସହ ମାଉସୀ ମାଁମନ୍ଦିର ରଥଟଣା ପର୍ବ ପାଳିତ ହେବ।

ସେହିପରି ମାଉସୀମାଁ ମନ୍ଦିରରେ ଠାକୁର ମାନଙ୍କ ନବମୀ ତିଥି ପର୍ଯ୍ଯନ୍ତ ଦଶ ଅବତାର ବେଶ ଧାରଣ ସହ ପ୍ରତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଧାର୍ଯ୍ଯ କରାଯାଇଥିଲା। ଏହି ଅବସରରେ ପ୍ରତିଦିନ ମହାପ୍ରଭୁମାନଙ୍କ ମହାପ୍ରସାଦ ଭୋଗ ଲାଗି ସହିତ ନିତିମାନ ପାଳିତ ହେବ । ଦଶମୀ ଦିନ ବାହୁଡା ଯାତ୍ରା ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ରଥ ଟଣା ସୂଚାରୁ ରୂପେ ସମ୍ପାଦନ ପାଇଁ କୁଷ୍ଠା ପଡା ଯୁବ ଭକ୍ତ ମାନଙ୍କୁ ଦାଇତ୍ବ ପ୍ରଦାନ କରାଯାଇଥିଲା। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି , ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ପାଇଁ ବିଭିନ୍ନ ପ୍ରଶାସନିକ ବିଭାଗକୁ ସହାୟତା ଯୋଗାଇବା ନିମନ୍ତେ ପତ୍ର ମାଧ୍ୟମ ରେ ଜଣାଇବାକୁ ପ୍ରସ୍ତାବ ନିଆଯାଇଥିଲା।

ଆଲୋଚନାରେ ଉପେନ୍ଦ୍ର ପୂଝାରୀ,ସଞୟ ମିଶ୍ର, ବିଭୁତି ମିଶ୍ର, ବାଳକିଶୋର ଖଡଙ୍ଗା, ନୀର ମିଶ୍ର,ଜୟନ୍ତ ତ୍ରିପାଠୀ, ପ୍ରଶାନ୍ତ ସାହୁ,ଧର୍ମରାଜ ସିଂ ବରିହା,ପଦ୍ମଲୋଚନ ସାହୁ, ଚିତ୍ତରଞ୍ଜନ ସାହୁ, ଗୋକୁଳାନନ୍ଦ ସ୍ବାଇଁ, କ୍ଷେତ୍ର ମୋହନ ମେହେର, ହରିଶ ଅଗ୍ରୱାଲ, ଲଲିତ ମେହେର, ବିକ୍ରମ ମେହେର, ତୁଲସୀରାମ ମେହେର, ପ୍ରଶନ୍ନ ମେହେର,ପ୍ରଶାନ୍ତ ମେହେର,ସତ୍ୟବାଦୀ ମେହେର,ଅଜିତ ମେହେର, ମୁକ୍ତି ମେହେର ପ୍ରମୁଖ ଭାଗ ନେଇଥିଲେ । ଶେଷରେ ବିନୋଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!