ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଅର୍ଥନୀତି ବିଭାଗ ପକ୍ଷରୁ ” ଭାରତୀୟ କୃଷିର ଉତ୍ପାଦନଶୀଳତା: ଭବିଷ୍ୟତରେ ପ୍ରତ୍ୟାଶା ଏବଂ ଆହ୍ୱାନ ” ଉପରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି l ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ l ପାଠଚକ୍ରରେ ମୁଖ୍ୟବକ୍ତା ଭାବରେ ଡ. ସୁଜିତ କୁମାର ପୃଷେଠ୍, ସହକାରୀ ପ୍ରଫେସର ଇଷ୍ଟଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ, ସମ୍ବଲପୁର ଯୋଗଦେଇ ଭାରତୀୟ କୃଷିର ନିମ୍ନ ଉତ୍ପାଦନଶୀଳତା ଉପରେ ବ୍ୟାପକ ଆଲୋଚନା କରିଥିଲେ l

ମୁଖ୍ୟବକ୍ତା ଓ ମୁଖ୍ୟଅତିଥିଙ୍କୁ ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ଓ ଡ. ପରମେଶ୍ୱର ସାହୁଙ୍କ ସମେତ ଛାତ୍ରଛାତ୍ରୀ ସ୍ୱାଗତ ଜଣାଇଥିଲେ lଛାତ୍ରୀ ପୂଜା ମେହେର , ଦୀପା ତାଣ୍ଡି , ଲଷ୍ମୀପ୍ରିୟା ନାଏକ, ଲିପିକା ବେହେରା ଓ ମଲ୍ଲିକା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ଛାତ୍ରୀ କାଜଲ ସାହୁ, ଟିକେଶ୍ବରୀ ମହାନନ୍ଦ, ଅଙ୍କିତା ସାହୁ, ସୀମା ରଣା, ଲିପିକା ବେହେରା , ଝରଣା ବେହେରା ଓ ମଲ୍ଲିକା ସାହୁ ସ୍ୱରଚିତ ନିବନ୍ଧ ପାଠ କରିଥିଲେ l ଏହି ପ୍ରବନ୍ଧ ରଚନା ପାଇଁ ଡ. ପରମେଶ୍ୱର ସାହୁ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ l ପରେ ଛାତ୍ର ନିହାର ରଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l

