ବରପାଲି – ବରପାଲି ମହାବିଦ୍ୟାଳୟ ପରିସରରେ ରକ୍ତ ଶିକୁଳି ରୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବରିଷ୍ଠ ଚିକିତ୍ସକ ଡା.ରୁଦ୍ରଦେବ ଦଣ୍ଡସେନା ଓ ଡା. ସଂଗୀତା ବେଜଙ୍କ ଦ୍ବାରା କର୍ମଶାଳାଟି ଉଦ୍ଘାଟିତ ହୋଇଥିଲା।
ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ବ ପରିଚାଳିତ କାର୍ଯ୍ଯକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଭକ୍ତବନ୍ଧୁ ପଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥୀ ଯୋଗ ଦେଇଥିଲେ । ଡା ରୁଦ୍ରଦେଵ ଦଣ୍ଡସେନା ରକ୍ତ ଶିକୁଳି ରୋଗର କାରଣ, ଲକ୍ଷଣ ଓ ନିରାକରଣ ଉପରେ ବ୍ୟାପକ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ । ଅଧ୍ୟାପକ ଅଲେଖ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ସୀମାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।