Saturday, March 7, 2026
Homeରାଜ୍ୟବରପାଲି ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଉଦଯାପିତ ।

ବରପାଲି ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଉଦଯାପିତ ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦ୍ବିତିୟ ବର୍ଷ ଛାତ୍ରୀ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଅଧକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି l ଉତ୍ସବରେ ଅଧ୍ୟାପକ ସୁଶୀଲ କୁମାର ଶତପଥି, ଅଧ୍ୟାପିକା ମମତା ସାହୁ ଓ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥି ମାନେ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହ ଆତ୍ମସୂରକ୍ଷା ସମ୍ବନ୍ଧିତ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରୋଗ୍ରାମ କୋ ଅଡିନେଟର ଡ. ସମ୍ବିତା ପ୍ରଧାନଙ୍କ ସଂଚାଳନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମାଷ୍ଟର ଟ୍ରେନର ରେଣୁକା ଗହୀରଙ୍କ ପ୍ରଶିକ୍ଷଣ ରେ ଗତ ଜାନୁୟାରୀ ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିବିର ପରିଚାଲିତ ହୋଇଥିଲା l

error: Content is protected !!