Sunday, March 8, 2026
Homeରାଜ୍ୟବରପାଲି ବ୍ଳକରେ ବିଜେଡିର ପ୍ରତିବାଦ ସଭା ।

ବରପାଲି ବ୍ଳକରେ ବିଜେଡିର ପ୍ରତିବାଦ ସଭା ।

ବରପାଲି-ବରପାଲି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନିୟ ବ୍ଳକ କାର୍ଯ୍ଯାଳୟ ପରିସରରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ହିନମାନ୍ୟତା କାର୍ଯ୍ଯକଳାପ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ସରକାରୀ ସ୍ତରରେ ପାଳିତ ହେଉଥିବା ପଞ୍ଚାୟତି ରାଜ ଦିବସକୁ ବନ୍ଦ କରିଦେବା ଏକ ହିନମାନ୍ୟତାର ପରିଚୟ ଦେଇଛି ବୋଲି ଅତିଥି ମାନେ ମତ ଦେଇଥିଲେ। ଗୁରୁବାର ପୁର୍ବାହ୍ନରେ ପୁର୍ବତନ ମନ୍ର୍ତୀ ରିତା ସାହୁଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରିନା ଥଇତ,ଏନଏସି ଅଧ୍ୟକ୍ଷା ଦିନେଶ ଗହିର ବରିଷ୍ଠ ନେତା ଲାଲ ବିକ୍ରମ ସିଂଦେଓ,ସୌରଭ ସାହୁ,ଅନନ୍ତ ସେଟ,କୈଳାଶ ମହାରଣା,ଦିଲ୍ଲିପ ପଧାନ,ମଧୁ ପଧାନ,ନାଗର ପଧାନ ପ୍ରମୁଖଙ୍କ ସହ ବହୁ ଦଳିୟ ନେତା ଓ କର୍ମି ଉପସ୍ଥିତ ରହି ପ୍ରତିବାଦ ଜଣାଇଥିଲେ। ପରେ ଏହି ଅବସରରେ ବରିଷ୍ଠ ନେତା ଟିକାଏତ ମହତ୍ତମ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!