Saturday, March 7, 2026
Homeରାଜ୍ୟବରପାଲି କଲେଜରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ।

ବରପାଲି କଲେଜରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ।

ବରପାଲି-ବରପାଲି କଲେଜର ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ଜିଲ୍ଲା ପରିବେଶ ସମିତି ଓ ଜିଲ୍ଲା ପରିବେଶ ସଚେତନତା ସମିତି ବରଗଡ଼ ଏବଂ କଲେଜର ଇକୋ କ୍ଲବ ସହଯୋଗରେ ପାଳିତ ହୋଇଯାଇଛି। ଡ଼ିଇସିଏସ ସଭାପତି ତେଜରାଜ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚିଳିତ ହୋଇଥିଲା।

ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଦୁର୍ଗପତି ଓଡିଶା ପୋଲିସ ବିଜୟ ପ୍ରକାଶ ବାବୁ,ମୁଖ୍ୟ ବକ୍ତା ଭାବରେ ପରିବେଶ ବିତ୍ତ ଜେଠୁ ଭୋଇ,ସମ୍ମାନିତ ଅତିଥି ଭାବରେ କଲେଜ ଅଧ୍ୟକ୍ଷl ଜୟନ୍ତୀ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରବୀନ୍ଦ୍ର ଗଡ଼ତିଆ, ଇକୋକ୍ଲବ ସଂଯୋଜକ ଭକ୍ତବନ୍ଧୁ ପଧାନ ଓ ଜଙ୍ଗଲ ବିଭାଗ ଅଧିକାରୀ ଶଶିକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ଆଲୋଚନା ମାଧ୍ଯମରେ ପିମ୍ପୁଡି ବଂଶ ଲୋପ ପାଇଲେ ମଣିଷ ବଂଶ ଲୋପ ପାଇବ। ହେଲେ ମଣିଷ ବଂଶ ଲୋପ ପାଇଲେ ପିମ୍ପୁଡି ବଂଶ ଲୋପ ପାଇବ ନାହିଁ l ମଣିଷ ବିନା ଦ୍ବିଧାରେ ସମସ୍ତ ଜୀବଜନ୍ତୁଙ୍କ ଆହାର ଉପରେ କୁଠାରଘାତ କରୁଥିବା ବେଳେ ତାର ଆଶ୍ରୟ ସ୍ଥଳକୁ ଭାଙ୍ଗି ଚାଲିଛି l

ଯାହାଫଳରେ ଜୀବଜନ୍ତୁ ମାନେ ମଣିଷ ମାନଙ୍କ ଘର ଭାଙ୍ଗିବା ସହ ଗ୍ରାମ ମୁହଁl ହେଉଛନ୍ତି। ତଥାପି ମଣିଷ ସମାଜ ସଚେତନତାର ବହୁ ଦୁରରେ ରହିଯାଉଛି ବୋଲି ମତବ୍ୟକ୍ତ କରିଥିଲେ l ଡିଇସିଏସ ସମ୍ପାଦକ ମୋହନ ଚାନ୍ଦ ପ୍ରଧାନ ସ୍ୱାଗତ,ପରିଚୟ ଓ ସଭା ସଞ୍ଚାଳନ କରିଥିବା ବେଳେ ଅଧ୍ୟାପିକା ଡ଼ଃ ସିମାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!