Saturday, March 7, 2026
Homeରାଜନୀତିବରପାଲି ଆଦିବାସୀ ସଂଘ ତରଫରୁ ଗୋବର୍ଦ୍ଧନ ଭୋଏଙ୍କୁ ଅଭିନନ୍ଦନ ଜ୍ଞାପନ ।

ବରପାଲି ଆଦିବାସୀ ସଂଘ ତରଫରୁ ଗୋବର୍ଦ୍ଧନ ଭୋଏଙ୍କୁ ଅଭିନନ୍ଦନ ଜ୍ଞାପନ ।

ପଦ୍ମପୁର – ବରପାଲି ଆଦିବାସୀ ସଂଘ ତରଫରୁ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ଙ୍କୁ ତାଙ୍କ ବାସଭବନ ରେ ବରପାଲି ଓ ପଦ୍ମପୁର ଆଦିବାସୀ ସଂଘ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। କୃଷକ ଶ୍ରମିକ ଓ ଆଦିବାସୀ ନେତା ଭାବରେ ଗୋବର୍ଦ୍ଧନ ଭୋଏ ବରଗଡ ଜିଲ୍ଲାରେ ବେଶ୍ ପରିଚିତ। ବରଗଡ ଜିଲ୍ଲାର ସମସ୍ତ ବ୍ଲକ ରେ ଗୋବର୍ଦ୍ଧନ ଭୋଏ ଙ୍କର ନେତୃତ୍ବ ରେ ସଂଗଠନ ମାନ ରହିଛି। ଅଭିନନ୍ଦନ ଜଣାଇବା ସମୟରେ ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହା ଓ ପଦ୍ମପୁର ବ୍ଲକ ସଭାପତି ବାମନ ଧାରୁଆ ଙ୍କ ନେତୃତ୍ବ ରେ ସଂଘ ର କର୍ମଚାରୀମାନେ ଉପସ୍ଥିତ ଥିଲେ । ବରପାଲିର ଦୁର୍ଯ୍ୟୋଧନ ଜମିଦାର, ବିଦେଶୀ ରାୟ,ପରମେଶ୍ଵର ବରିହା, ଅଜିତ ରାୟ,ମୀନକେତନ ଭୁଏ,ଜନାର୍ଦ୍ଦନ ବରିହା ଓ ରଘୁମଣୀ ବରିହା,ନୀଳମଣି ବରିହା,ବୁଦ୍ଧଦେବ ବରିହା ପ୍ରମୁଖ ଉପସ୍ଥିତ ରହି ଗୋବର୍ଦ୍ଧନ ଭୋଏ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

error: Content is protected !!